fbpx

ଦିଲ୍ଲୀରେ ବଢି ଚାଲିଛିି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଜଣେ ଡେଙ୍ଗୁ ରୋଗୀ ମୃତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ସମସ୍ୟା ବଢିବାରେ ଲାଗିଛି । ଦିଲ୍ଲୀରେ ରାମ ମନୋହର ଲେହିଆ ହସ୍ପିଟାଲରେ ଡେଙ୍ଗୁ ପିଡିତ ଥିବା ୩୮ ବର୍ଷ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମହିଳା ଜଣଙ୍କ ଉତ୍ତରପ୍ରଦେଶରେ ବସବାସ କରୁଥିଲେ । ଡାକ୍ତରଙ୍କ କରିବା ଅନୁସାରେ ମହିଳାଙ୍କୁ ବେହୋସ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କୁ ଆଇସିୟୁରେ ରଖା ଯାଇଥିଲା । ସୂଚନା ଅନୁସାରେ ସେ ୧୭ ତାରିଖରେ ମୃତ୍ୟୁ ବରଣ କରିଥିଲେ । RML ହସ୍ପିଟାଲରେ ଏବେ ପର୍ଯ୍ୟନ୍ତ ଡେଙ୍ଗୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଦିଲ୍ଲୀରେ DENV-2ଡେଙ୍ଗୁ ମଶାର ପ୍ରକୋପ ଦେଖିବାକୁ ମିଳିଛି । ଯାହା ଦ୍ୱାରା ରୋଗୀମାନଙ୍କ ଅବସ୍ଥା ଖରାପ ହେଉଛି । ଦିଲ୍ଲୀ ଏବଂ ଏହାର ଆଖ ପାଖ ଅଞ୍ଚଳରେ ଡେଙ୍ଗୁ ରୋଗ ଅଧିକ ବ୍ୟାପିଥିବା ଦେଖିବାକୁ ମିଳୁଛି ।

ଡେଙ୍ଗୁ ରୋଗ ମଶା କାମୁଡିବା ଦ୍ୱାରା ହୋଇଥାଏ । ଏହା ଛଡା ମଶା କାମୁଡିବା ଦ୍ୱାରା ଚିକେନଗୁନିଆ, ହଳଦିଆ ଜ୍ୱର, ଜିକା ଭାଇରସ ପରି ରୋଗ ହୋଇଥାଏ । ଟାଇଗର ମଶା କାମୁଡିବା ଦ୍ୱାରା ଡେଙ୍ଗୁ ହୋଇଥାଏ । ଏହି ଜ୍ୱର ହେବା ପରେ ପ୍ରଥମେ ଲୋକଙ୍କ DENV-2ଟେଷ୍ଟ କରାଯାଏ । ଏହା ପରେ ରୋଗୀକୁ ଇଞ୍ଜେକସନ ଏବଂ ଔଷଧ ଦ୍ୱାରା ଉପଚାର କରାଯାଏ । ଡେଙ୍ଗୁ ରୋଗୀଙ୍କ ନିକଟରେ ଅନେକ ପ୍ରକାର ଲକ୍ଷଣ ଦେଖା ଦେଇଥାଏ । ତେଣୁ ଆପଣ ତୁରନ୍ତ ଡାକ୍ତର ପରାମର୍ଶ ନେବା ଆବଶ୍ୟକ ।

Get real time updates directly on you device, subscribe now.