fbpx

ଦେଶରେ କମୁଛି ସଂକ୍ରମଣ, କିନ୍ତୁ ବଢୁଛି ମୃତ୍ୟୁ ସଂଖ୍ୟା: ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ସକ୍ରଂମଣର ମାମଲା ହ୍ରାସ ପାଇଲେ ବି ମୃତ୍ୟୁ ସଂଖ୍ୟା କିଛି ଦିନ ପର୍ଯ୍ୟନ୍ତ ଅଧିକ ରହିପାରିବ । ବର୍ଦ୍ଦମାନ ମହାବୀର ମେଡିକାଲ କଲେଜର କୁମ୍ୟନିଟି ମେଡ଼ିସିନ୍ ବିଭାଗର ପ୍ରମୁଖ ପ୍ରଫେସର ଜୁଗଳ କିଶୋର କହିଛନ୍ତି ଯେ, ସଂକ୍ରମଣର ବୃଦ୍ଧିର ପ୍ରଭାବ ମୃତ୍ୟୁ ସଂଖ୍ୟା ଉପରେ ପ୍ରଭାବ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ପଡିବ । କାରଣ କୌଣସି ବ୍ୟକ୍ତି ସଂକ୍ରମିତ ହେଲେ ସୁସ୍ଥ ହେବାକୁ ଅତି କମରେ ୧୫ ଦିନ ଲାଗିଥାଏ । ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇପାରେ ବା ତାର ମୃତ୍ୟୁ ହୋଇପାରେ ।

 

ଏହା ସେ କହିଛନ୍ତି ଯେ, ଦେଶରେ ମେ’୭ରେ କରୋନାର ସର୍ବାଧିକ ମାମଲା ୪.୧୪ଲକ୍ଷ ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବି ଅଧିକ ରହିବ । ଏହା ପରେ ସ୍ଥିତିରେ ପରିବର୍ତ୍ତନ କରାଯିବ ।

 

ଏହା ସହ ବିଶେଷଜ୍ଞମାନେ କହିଛନ୍ତି ଯେ, ଆଗାମୀ ସମୟରେ ସକ୍ରିୟ ମାମଲା କମିଲେ ମୃତ୍ୟୁ ସଂଖ୍ୟା କମିବ । ସକ୍ରିୟ ମାମଲା ଯେତେ କମ ହେବ, ମୃତ୍ୟୁ ସଂଖ୍ୟା ବି ସେତେ କମିବ । ସକ୍ରିୟ ମାମଲା କମିଲେ ମେଡିକାଲରେ ରୋଗୀମାନଙ୍କୁ ଭଲ ଚିକିତ୍ସା ମିଳିବ, ଯାହା କାରଣରୁ ମୃତ୍ୟୁ ସଂଖ୍ୟା ବି କମିବ ।

Get real time updates directly on you device, subscribe now.