fbpx

ଏହି ରାଜ୍ୟରେ ବଢୁଛି କୋଟିପତିଙ୍କ ସଂଖ୍ୟା, ବିନା ଚାକିରୀରେ ବି ବର୍ଷା ହେଉଛି ପଇସା, କ’ଣ ରହିଛି କାରଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଭାରତରେ ଜନସଂଖ୍ୟା ଯେପରି ବୃଦ୍ଧି ପାଉଛି ସେହିପରି କୋଟିପତିଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଭାରତର ଲୋକମାନେ ଏବେ କେବଳ ଗରିବୀ ରେଖାରୁ ବାହାରକୁ ଆସିନାହାନ୍ତି ବରଂ ଉଚ୍ଚ ଦରରେ ରୋଜଗାର କରି ସରକାରଙ୍କୁ କୋଟି କୋଟି ଟଙ୍କାର ଟିକସ ଦେଉଛନ୍ତି । ବାର୍ଷିକ ଏକ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଗତ ଟିକସଦାତାଙ୍କ ସଂଖ୍ୟା ଗତ ୨ ବର୍ଷ ମଧ୍ୟରେ ମାର୍ଚ୍ଚ ୨୦୨୨ ସୁଦ୍ଧା ୨ ଗୁଣ ବୃଦ୍ଧି ପାଇ ୧.୬୯ ଲକ୍ଷ ହୋଇଯାଇଛି । ଆୟକର ଆକଳନ ଅନୁସାରେ ଗତ ୩ ବର୍ଷ ମଧ୍ୟରେ କୋଟିପତି ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି ।

ଭାରତରେ ପ୍ରତି କ୍ଷେତ୍ରରେ ବିବିଧତା ଦେଖିବାକୁ ମିଳିଥାଏ । ଏଠାରେ କିଛି ରାଜ୍ୟ ଅମୀର ହୋଇଥିବା ବେଳେ କିଛି ରାଜ୍ୟ ଗରିବ ହୋଇ ରହିଛନ୍ତି । କିଛି ରାଜ୍ୟରେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କମ୍ ହୋଇଥିଲେ ବି ଅମୀରଙ୍କ ସଂଖ୍ୟା ବହୁତ ଅଧିକ ରହିଛି ।

ଗୁଜୁରାଟ ରାଜ୍ୟ ବଡ ଉଦ୍ୟୋଗ ଓ ଉଦ୍ୟୋଗପତିଙ୍କ ଲାଗି ପ୍ରସିଦ୍ଧ । ରିପୋର୍ଟ ଅନୁସାରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ୭,୦୦୦ରୁ ବୃଦ୍ଧି ପାଇ ୧୪,୦୦୦ରେ ପହଞ୍ଚିଛି । ୨୦୨୧ରୁ ୨୦୨୨ ମଧ୍ୟରେ ୫,୦୦୦ କୋଟିପତି ଟିକସଦାତା ବଢି ଯାଇଛନ୍ତି । ଏଠାରେ ଏକ କୋଟିରୁ ଅଧିକ ରୋଜଗାର କରୁଥିବା ଟିକସଦାତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କାରଣରୁ ଏହି ରାଜ୍ୟରେ କୋଟିପତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ବ୍ୟତିତ ରାଜ୍ୟରେ ଷ୍ଟାର୍ଟଅପ କମ୍ପାନୀ ସଂଖ୍ୟା ବୃଦ୍ଧି, ବିଜନେସମ୍ୟାନଙ୍କ ସଂଖ୍ୟା ବୃଦ୍ଧି, ମୋଟା ଅଙ୍କର ଦରମା ବିଶିଷ୍ଟ ଚାକିରୀ ସଂଖ୍ୟା ବୃଦ୍ଧି ଓ ମୁନଲାଇଟିଂ(ଏକ୍ସଟ୍ରା ଜବ୍) ପରି କାରଣ କୋଟିପତି ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି କରିଛି ।

Get real time updates directly on you device, subscribe now.