fbpx

ଡ୍ୟୁଟିର ପ୍ରଥମ ଦିନରେ ହିଁ ନର୍ସଙ୍କ ସହ ଗଣଦୁଷ୍କର୍ମ: ମେଡିକାଲ ଛାତରୁ ମିଳିଲା ପୀଡିତାଙ୍କ ଶବ

ଉତ୍ତରପ୍ରଦେଶ: ଉନ୍ନାଓ ବାଙ୍ଗରମାଉ ଦୁଲ୍ଲାପୁରବା ଗ୍ରାମର ଏକ ହସ୍ପିଟାଲରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ୫ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏକ ପ୍ରାଇଭେଟ ହସ୍ପିଟାଲରେ ନର୍ସଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରାଯାଇଛି । ପରେ ମେଡିକାଲ ଛଉାତ ଉପରୁ ପୀଢିତାଙ୍କ ମୃତଦେହ ଜବତ କରିଛି ପୋଲିସ । ଏ ନେଇ ପୀଡିତାଙ୍କ ମାଆ ୪ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଗତ ୨୫ ଏପ୍ରିଲ ତାରିଖରେ ଏଠାରେ ଏକ ନ୍ୟୁ ଜୀବନ ହସ୍ପିଟାଲର ଉଦଘାଟନ ହୋଇଥିଲା । ଆସୀବନ ଥାନା ଅଞ୍ଚଳର ଏକ ଗ୍ରାମରୁ ଜଣେ ଯୁବତୀ ଏଠାରେ ନର୍ସ ଭାବରେ ଶୁକ୍ରବାର ଦିନ ନିଯୁକ୍ତି ପାଇଥିଲେ । କିନ୍ତୁ ରାତି ହୋଇଯିବାରୁ ତାଙ୍କୁ ସେଠାରେ ରହିବାକୁ କହିଥିଲେ ମେଡିକାଲର ସଞ୍ଚାଳକ ନୂର ଆଲମ । ଏହାପରେ ବିଳମ୍ବିତ ରାତିରେ ସେ ଏବଂ ୪ ଜଣ ସାଥୀ ନର୍ସଙ୍କୁ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ମହିଳାଙ୍କ ବେକରେ ରଶି ବାନ୍ଧି ଛାତରୁ ତଳକୁ ଝୁଲାଇ ଦେଇଛନ୍ତି । ତେବେ ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ପୀଡିତାଙ୍କ ମୁହଁରେ ମାସ୍କ ଲାଗିଥିବା ବେଳେ ହାତରେ ରୁମାଲ ଥିବା କହିଛି ପୋଲିସ । ତେବେ ଏହା ଏକ ହତ୍ୟା ଘଟରା ପୋଲିସ ସନ୍ଦେହ କରିଥିଲେ ପୋଲିସ ଏବଂ ସ୍ଥାନୀୟ ଲୋକେ । ଏହି ଘଟଣା ପରେ ପୀଡିତାଙ୍କ ମାଆ ସଞ୍ଚାଳକ ନୂର ଆଲମ ସମେତ ଚାନ୍ଦ ଆଲମ, ଅନିଲ ଏବଂ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିତିବା କହିଛନ୍ତି ଏସପି ଦିନେଶ ତ୍ରିପାଠୀ ।

Get real time updates directly on you device, subscribe now.