fbpx

କମ୍‌ ବୟସରେ ବଡ଼ ସଫଳତା: କୋରିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଅନୁଷ୍କା ସେନ୍‌

Advertisement

ମୁମ୍ବାଇ: କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍‌ ଏବେ ଚର୍ଚ୍ଚାରେ ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୪ ମିଲିୟନ୍‌ରୁ ବି ଅଧିକ । ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ ବଡ ଖବର ଚର୍ଚ୍ଚାରେ ରହିଛି । କୁହାଯାଉଛି ଯେ ଏବେ ଭାରତୀୟ ସିନେମା ଛାଡ଼ି କୋରିଆନ୍‌ ସିନେମା ଜଗତରେ ଏଣ୍ଟ୍ରି କରିବେ ଅନୁଷ୍କା ସେନ୍‌ । ଏ

ବେ ଅନୁଷ୍କା କୋରିଆନ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଖୁବ୍‌ଶୀଘ୍ର କୋରିଆନ୍‌ ଶୋ’ରେ ନଜର ଆସିବେ । ନିକଟରେ ଏକ ଇଣ୍ଟରଭ୍ୟୁରେ ଏ ନେଇ ଖୁଲାସା କରିଛନ୍ତି ଅନୁଷ୍କା ସେନ୍‌ । ସେ କହିଛନ୍ତି, ମୁଁ ଏକ କୋରିଆନ୍‌ ଏଜେନ୍ସି ସହ କାମ କରିବାକୁ ଖୁବ୍‌ ଉତ୍ସାହିତ ଅଛି । ମୁଁ ଏକ କୋରିଆ ୱେବ୍‌ ଶୋ’ରେ ଫିଲ୍ମ କରିବାକୁ ଯାଉଛି । ଏହି ବର୍ଷଟା ମୋ ପାଇଁ ପୂରା ଭିନ୍ନ ରହିବ । ଭାରତ ଓ କୋରିଆ ମଧ୍ୟରେ ଅନେକ କଣ୍ଟେଣ୍ଟ ଆଦାନ ପ୍ରଦାନ ହେଉଛି । ଆମେ ତାଙ୍କ କେ-ଡ୍ରାମା ଓ କେ-ପପ୍‌କୁ ପସନ୍ଦ କରୁଛୁ । ସେମାନେ ବି ଆମ ସିନେମା ଓ ସଂସ୍କୃତିକୁ ପସନ୍ଦ କରୁଛନ୍ତି ।

 

ଅନୁଷ୍କା କହିଛନ୍ତି, କୋରିଆରେ ବି ମୋର ଅନେକ ଫ୍ୟାନ୍‌ ଅଛନ୍ତି । ମୁଁ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୁଁ ମୋ ଫ୍ୟାନ୍‌ଙ୍କୁ ବହୁତ ଭଲ ପାଏ ଓ ମୁଁ ଆଜି ଯାହା ବି ଅଛି କେବଳ ସେମାନଙ୍କ ପାଇଁ ହିଁ ବୋଲି କହିଛନ୍ତି ଅନୁଷ୍କା ସେନ୍‌ । କହିବାକୁ ଗଲେ ଅନୁଷ୍କାଙ୍କୁ ଏବେ ମାତ୍ର ୧୯ ବର୍ଷ । ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ୍‌ ସିରିଜ୍‌ ଓ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି । ବର୍ତ୍ତମାନ ସେ ଏକ ବଡ ପ୍ରୋଜେକ୍ଟରେ କାମ କରିବା ନେଇ ବେଶ୍‌ ଖୁସି ଅଛନ୍ତି ।

Get real time updates directly on you device, subscribe now.