fbpx

ଖୁବ୍‌ଶୀଘ୍ର ଗୁଡ୍‌ନ୍ୟୁଜ୍ ଦେବେ ନୁସରତ, ହସ୍ପିଟାଲରେ ହେଲେ ଭର୍ତ୍ତି

କୋଲକାତା (ଭାସ୍କର ନ୍ୟୁଜ୍) : ହସ୍ପିଟାଲରେ ଭର୍ତ୍ତି ହେଲ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ । ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ଭର୍ତ୍ତି କରାଯାଇଛି । ଖୁବ୍‌ଶୀଘ୍ର ଗୁଡ୍‌ନ୍ୟୁଜ ଦେବେ ନୁସରତ । ସେ ଏବେ ଗର୍ଭବତୀ ଅଛନ୍ତି । ଦିନେ କି ଦୁଇ ଦିନ ଭିତରେ ସେ ମା’ ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୁସରତଙ୍କ ଡେଲିଭରୀ ତାରିଖ ଅଗଷ୍ଟ ଶେଷ ଏବଂ ସେପଟେମ୍ବର ପ୍ରଥମ ଆଡକୁ ଥିଲା । ଏହା ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ନୁସରତ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିବା ପରେ ବହୁ ଚର୍ଚ୍ଚ ହୋଇଥିଲା । ଏପରିକି ତାଙ୍କ ବିବାହକୁ ନେଇ ବିବାଦ ମଧ୍ୟ ଉଠିଥିଲା ।

ଏବେ ନୁସରତ କୁଆଡେ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କୁ ଡେଟ୍‌ କରୁଥିବା ନେଇ ଶୁଣିବାକୁ ମିଳିଛି । ମଙ୍ଗଳବାର ଦୁହେଁ ଏକା ଭଳି ଇନ୍‌ଷ୍ଟା ଷ୍ଟୋରୀ ଶେଆର କରିଥିଲେ । ଏହା ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ସନ୍ଦେହ କରାଯାଉଛି।

Get real time updates directly on you device, subscribe now.