fbpx

ସେକ୍ସ ସମୟରେ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଲା ଯୁବକ, ଆଉ ତା’ପରେ…

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସେକ୍ସ ସମୟରେ ପ୍ରୟୋଗ କରିବା ହେତୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ମୃତକଙ୍କ ପାଖରେ ପ୍ରେମିକା ସହ ସେକ୍ସ କରିବାକୁ କଣ୍ଡୋମ ନଥିଲା । ଏଥିପାଇଁ ସେ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଥିଲା, ଫଳରେ ମଲ୍ଟିପଲ ଅର୍ଗାନ ବିଫଳ ହେତୁ ଯୁବକର ମୃତ୍ୟୁ ହୋଇଗଲା । କୁହାଯାଉଛି ଯେ, ମୃତକ ଜଣକ ଡ୍ରଗ୍ସ ନେଇଥିଲା ।

ପୋଲିସର କହିବା ମୁତାବକ, ମୃତକର ବୟସ ୨୫ ବର୍ଷ ହୋଇଥିବା ବେଳେ ସେ ପୂର୍ବତନ ମଙ୍ଗେତର ସହ ହୋଟେଲ ଯାଇଥିଲା । ଯୁବକ ଓ ତାର ପ୍ରେମିକା ଡ୍ରଗ୍ସ ନେଇଥିଲେ ଓ ଡ୍ରଗ୍ସ ନେବା ପରେ ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ଲାନ କରିଥିଲେ । କିନ୍ତୁ ଏହି ସମୟରେ ସେମାନଙ୍କ ପାଖରେ କଣ୍ଡୋମ ନଥିଲା । ଯାହାଫଳରେ ଯୁବକ ନିଜ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଥିଲା । ସିସିଟିଭି ଫୁଟେଜରୁ ଜଣାପଡିଛି ଯେ, ଯୁବକ ୨ ଯୁବତୀଙ୍କ ସହ ହୋଟେଲ ଆସିଥିଲା । ଗୋଟିଏ ଝିଅ ଯୁବକ ସହ ରୁମକୁ ଯାଇଥିବା ବେଳେ ଆଉ ଜଣେ ସ୍କୁଟି ନେଇ ସେଠାରୁ ଚାଲିଯାଇଥିଲା । ତେବେ ପୋଲିସ ପୋଷ୍ଟାମୋର୍ଟମ ରିପୋର୍ଟକୁ ଅପେକ୍ଷା କରିଛି, ଯାହାଫଳରେ ମାମଲାର ସତ୍ୟତା ଜଣାପଡିବ ।

Get real time updates directly on you device, subscribe now.