Breaking: ବଡ଼ବଡ଼ିଆଙ୍କ ପାଖରେ ରାସନ କାର୍ଡ… ତୁରନ୍ତ ନ ଫେରାଇଲେ, ସୁଧମୂଳ ଆଦାୟ କରିବେ ସରକାର

ଭୁବନେଶ୍ୱର: ଇ-କେୱାଇସି ଯାଞ୍ଚବେଳେ ଚାଞ୍ଚଲ୍ୟକର ତଥ୍ୟ । ବଡ଼ ବଡ଼ିଆ ବାବୁ ରାସନକାର୍ଡର ଲାଭ ଉଠାଉଥିଲେ ବୋଲି କହିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ।

କାର୍ଡ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ତୁରନ୍ତ କାର୍ଡ ନ ଫେରାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ମନ୍ତ୍ରୀ । ଇ-କେୱାଇସି ଯାଞ୍ଚବେଳେ ଚାଞ୍ଚଲ୍ୟକର ତଥ୍ୟ ସବୁ ସାମ୍ନାକୁ ଆସିଛି ।

ଆୟକରଦାତା, ବଡ଼ ଚାକିରିଆ, ଓଏଏସ୍ ଅଫିସର, ଡାକ୍ତରଙ୍କର ଅଛି ରାସନ କାର୍ଡ । କାର୍ଡ ନ ଫେରାଇଲେ ଦେବାକୁ ପଡ଼ିବ ଫାଇନ୍ । ଯେଉଁଦିନଠାରୁ କାର୍ଡ ନେଇଛନ୍ତି ସେବେଠାରୁ ହିସାବ କରି ଟଙ୍କା ରିକୋଭରି କରାଯିବ ।