fbpx

ମାର୍ଚ୍ଚ ୪ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ମାର୍ଚ୍ଚ ମାସ ୪ ତାରିଖରେ ରାଜ୍ୟର ୭୧୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପ୍ରବେଶିକା ପରୀକ୍ଷା ପାଇଁ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୨୪ ହଜାର ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି । ଷଷ୍ଠ ଶ୍ରେଣୀ ପିଲାଙ୍କ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀ ମୋଟ ୫୨ ନମ୍ବରର ପରୀକ୍ଷା ଦେବାକୁ ଥିବାବେଳେ ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରୁ ସଂକ୍ଷିପ୍ତ ପ୍ରଶ୍ନ ଆସିବ ।

ସେହିପରି ସପ୍ତମରୁ ନବମ ଶ୍ରେଣୀର ପିଲାମାନେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେବେ । ଏମାନେ ମୋଟ ୧୦୦ ନମ୍ବରର ପରୀକ୍ଷା ଦେବେ । ୧ ନମ୍ବର ବିଶିଷ୍ଟ ମୋଟ ୧୦୦ଟି ସଂକ୍ଷିପ୍ତ ପ୍ରଶ୍ନ ପରୀକ୍ଷାରେ ଆସିବ । ପରୀକ୍ଷାର୍ଥୀ ଓଏମଆର ସିଟକୁ କଳା ବା ନୀଳ ବଲପେରେ ପୂରଣ କରିବାକୁ କୁହାଯାଇଛି । ଆସନ୍ତା ୧୫ ତାରିଖଠାରୁ ପରୀକ୍ଷାର୍ଥୀ www.bseodisha.ac.in ୱେବସାଇଟରୁ ନିଜ ନିଜର ଆଡମିଡ୍ କାର୍ଡ ଡାଉନଲୋଡ୍ କରିବାକୁ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.