fbpx

ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଦେଶର ୨୦ଟି ରାଜ୍ୟରେ ୫ ବର୍ଷରୁ କମ୍‌ ପିଲା ମେଦବହୁଳତାର ଶିକାର

ନୂଆଦିଲ୍ଲୀ: ଦେଶର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର ଆସିଛି । ୨୨ ରାଜ୍ୟରେ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ଏକ ସର୍ଭେ କରିଛି । ଯେଉଁଥିରେ ୨୦ଟି ରାଜ୍ୟରେ ୫ ବର୍ଷରୁ କମ୍‌ ଛୋଟ ପିଲା ମେଦବହୁଳତାର ଶିକାର ହୋଇଛନ୍ତି । ଆଉ ଏହି ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ୨୦୧୫-୧୬ରେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଅନ୍ତିମ ସର୍ଭେ କରିଥିଲା । ଏବେ ଏନ୍‌ଏଫ୍‌ଏଚ୍‌ଏସ୍‌ ପଞ୍ଚମ ସର୍ଭେ କରିଛି । ମହାରାଷ୍ଟ୍ର, ଗୁଜରାଟ, ମିଜୋରାମ୍‌, ତ୍ରିପୁରା, ଲକ୍ଷାଦ୍ୱୀପ, ଜମ୍ମୁ କାଶ୍ମୀର ଏବଂ ଲଦାଖରେ ମେଦ ବହୁଳତା ପିଲାଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି । ହେଲେ ଗୋଆ, ଦାଦରା ନଗର ହାବେଲିରେ କିନ୍ତୁ ଏହି ସଂଖ୍ୟା କମ୍‌ ରହିଛି । ଲଦାଖରେ ସର୍ବାଧିକ ୧୩.୪ ପ୍ରତିଶତ ଛୋଟ ପିଲା ମେଦ ବହୁଳତାର ଶିକାର ହୋଇଛନ୍ତି । ଲକ୍ଷାଦ୍ୱୀପରେ ୧୦.୫, ମିଜୋରାମରେ ୧୦ ପ୍ରତିଶତ, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ୍‌ରେ ୯.୬ ପ୍ରତିଶତ ଛୋଟ ଛୁଆ ମେଦ ବହୁଳତାର ଶିକାର ହୋଇଥିବା ସର୍ଭେରୁ ଜଣାପଡିଛି । ଖାଲି ଛୋଟ ପିଲା ନୁହେଁ ବୟସ୍କଙ୍କ ପାଖରେ ମଧ୍ୟ ସମାନ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ମିଳିଛି ।

୧୬ ରାଜ୍ୟର ମହିଳା ଏବଂ ୧୯ ରାଜ୍ୟର ପୁରୁଷ ମୋଟାପଣର ଶିକାର ହୋଇଛନ୍ତି । ଏହି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଆଣ୍ଡାମାନ ନିକୋବରର ୩୮ ପ୍ରତିଶତ ମହିଳା ମେଦ ବହୁଳତାର ଶିକାର ହୋଇଛନ୍ତି । ମହିଳା ଓ ପୁରୁଷଙ୍କ ମଧ୍ୟରେ ମେଦ ବହୁଳତା ଆକଳନ ବିଏମ୍‌ଆଇ ଆଧାରରେ ହୋଇଛି । ଆଉ ଛୋଟ ପିଲାଙ୍କ ମେଦ ବହୁଳତା ସେମାନଙ୍କ ଉଚ୍ଚତା ଏବଂ ଓଜନକୁ ନେଇ ସର୍ଭେ ହୋଇଛି । ବିଶେଷଜ୍ଞମାନେ କହିଛନ୍ତି, ଛୋଟ ପିଲା ହୁଅନ୍ତୁ ଅବା ସବୁ ବର୍ଗର ମଣିଷଙ୍କ ଏଭଳି ଅବସ୍ଥା ପାଇଁ ଖାଦ୍ୟ ଦାୟୀ । ଠିକ୍‌ ଜିନିଷ ଖାଇବାରେ ଗ୍ରହଣ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ମତ ପ୍ରକାଶ ପାଇଛି । ପବ୍ଲିକ ହେଲ୍‌ଥ ନ୍ୟୁଟ୍ରିସନ୍‌ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ପ୍ରତିଷ୍ଠାତା ତଥା ଡିରେକ୍ଟର ଶୀଲା ବୀର କହିଛନ୍ତି ଲୋକମାନେ କ’ଣ ଖାଇବା ଦରକାର ଓ ପିଇବା ଦରକାର ସେ ବାବଦରେ ସଚେତନ ନାହାନ୍ତି । ଯାହା ମିଳୁଛି ସେମାନେ ଖାଉଛନ୍ତି । ହାଇ ଫେଟ୍‌ ଏବଂ ହାଇ ସୁଗାର ଯୁକ୍ତ ଖାଦ୍ୟ ବଜାରରେ ଅଧିକ ଉପଲବ୍ଧ ହେଉଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.