୧୨ ଘଣ୍ଟିଆ ବିନିକା ବନ୍ଦ ପାଳନ; ସହରର ସବୁ ପ୍ରତିଷ୍ଠାନ ବନ୍ଦ

ସୁବର୍ଣ୍ଣପୁର; ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବିନିକା ବନ୍ଦ ପାଳନ କରାଯାଉଛି । ପ୍ରସ୍ତାବିତ ଓପିଟିସିଏଲର ୨୨୦ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ହଟାଇବା ଦାବିରେ ଏହି ବନ୍ଦ ପାଳନ କରାଯାଇଥିବା ଜଣାପଡ଼ିଛି । ସହରର ସବୁ ପ୍ରତିଷ୍ଠାନ ବନ୍ଦ ହେବା ସହ ଲୋକେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଟାୱାର ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ତେବେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବିନିକା ବନ୍ଦ ରହିବ ବୋଲି ମଞ୍ଚ ପକ୍ଷରୁ ଡାକରା ଦିଆଯାଇଛି ।

ବନ୍ଦ ପାଳନରେ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିଛି। ତେବେ ଯାନବାହନ ଚଳାଚଳ ଜାରି ରଖିବା ଲାଗି ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜରୁରୀକାଳୀନ ସେବାକୁ ବି ବନ୍ଦରୁ ବାଦ୍ ଦିଆଯାଇଛି।