fbpx

ମେ’ ପ୍ରଥମ ସପ୍ତାହରେ ଓସିଏସ୍ ପ୍ରିଲିମ୍ ଟେଷ୍ଟ

ଭୁବନେଶ୍ୱର, ୧୩ା୩ (ଓଡିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)-୨୦୨୦ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । ଓପିଏସସି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତେବେ ପରୀକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଓପିଏସସି ପକ୍ଷରୁ ଗତ ଡିସେମ୍ବର ମାସରେ ମୋଟ ୩୯୨ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରୁ ୧୯୭ଟି ପଦବୀ ଅସଂରକ୍ଷିତ, ଏସଇବିସି ପାଇଁ ୪୩, ଏସସି ପାଇଁ ୬୩, ଏସଟି ପାଇଁ ୮୯, ପିଡବ୍ଲୁ ପାଇଁ ୧୮, ଓ ଏକ୍ସ ସର୍ଭିସମ୍ୟାନ ପାଇଁ ୩ଟି, ସ୍ପୋର୍ଟ୍ସ ପର୍ସନ ପାଇଁ ୩ଟି ପଦବୀ ସଂରକ୍ଷିତ ରହିଥିଲା ।

Get real time updates directly on you device, subscribe now.