୪୯ ଟଙ୍କାରେ ଧର୍ମଶାଳା ପୁଅ ହେଲେ କୋଟିପତି, ଜିତିଲେ ୩ କୋଟି ସାଙ୍ଗକୁ ୧୧ ଲକ୍ଷ ଟଙ୍କାର ଥାର୍

ଗାଁରେ କରୁଥିଲେ ଚାଷ । ୪ ଦିନ ତଳେ ଖେଳିବା କରିଥିଲେ ଆରମ୍ଭ ।

ଯାଜପୁର: ଅନଲାଇନ ଗେମ କଲା କୋଟିପତି। ମାତ୍ର ୪୯ ଟଙ୍କା ବିନିଯୋଗ କରି ୩ କୋଟି ଟଙ୍କା ଜିତିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖପଦା ଗାଁର ଯୁବକ ଅନୀଲ ତରାଇ । ଅନୀଲଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଅନୀଲ ଗାଁରେ ରହି ଚାଷ କାମ କରନ୍ତି ।

ସାଙ୍ଗ ପିଲା ଅନଲାଇନରେ ଗେମ୍ ଖେଳୁଥିବା ଦେଖି ଅନୀଲ ମାତ୍ର ଚାରି ଦିନ ତଳେ ୧୧ ଜଣିଆ ଟିମ୍ କରି ମାଇ ଇଲେଭେନ୍ ସର୍କଲ ଗେମ୍ ଆପରେ ୪୯ ଟଙ୍କା ବିନିଯୋଗ କରିଥଲେ ।

ଚାରି ଦିନ ଗେମ୍ ଖେଳିବା ପରେ ଗତକାଲି ରାତି ଏଗାରଟା ବେଳେ ତାଙ୍କୁ ଏକ ଫୋନ କଲ୍ ଆସିଥିଲା । ଯେଉଁଥିରୁ ଅନୀଲ ତିନି କୋଟି ଟଙ୍କା ସହ ଏକ ଥାର ଗାଡି ଜିତି ଥିବା ସୂଚନା ପାଇଥିଲେ । ରାତି ଗୋଟାଏ ବେଳକୁ ତାଙ୍କ ବ୍ୟାଙ୍କ ଖାତାକୁ ତିନିକୋଟି ଟଙ୍କା ଆସିଥିଲା । ଏ ଖବର ଜାଣିବା ପରେ ଅନୀଲଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖା ଦେଇଛି।

କିଛି ଦିନ ପୂର୍ବେ କେଉଁଝରର ରେଭେନ୍ସାପୁର ଗ୍ରାମର ଗୁରୁଚରଣ ଜାମୁଡା ରାତାରାତି କୋଟି ପତି ହୋଇଥିଲେ । ମାଇଁ ଇଲେଭେନ୍ ସର୍କଳରେ ୪୯ ଟଙ୍କା ଖଟେଇ ୩ କୋଟି ଟଙ୍କା ସାଙ୍ଗକୁ ଏକ ଥାର୍ ଗାଡ଼ି ଜିତିଛନ୍ତି ।
ଜିତିଥିବା ଟଙ୍କାକୁ ଗୁରୁ ନିଜ ଘର ତିଆରିରେ ବିନିଯୋଗ କରିବା ସହ ବାକି ଟଙ୍କା ନିଜ ସମ୍ପ୍ରଦାୟ ଲୋକଙ୍କ ବିକାଶରେ ଖଟେଇବା ପାଇଁ କହିଥିଲେ ।