Pahalgam Terror Attack: ବାଲେଶ୍ୱରର ଯୁବକ ଗୁରୁତର, ସ୍ତ୍ରୀ-ପୁଅକୁ ଧରି ଜମ୍ମୁ-କଶ୍ମୀର ଯାଇଥିଲେ ବୁଲି

ଶ୍ରୀନଗର: ଜମ୍ମୁ –କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଓଡ଼ିଆ ଯୁବକ ଗୁରୁତର ହୋଇଥିବା ସୂଚନା ।

ବାଲେଶ୍ୱର ଅଞ୍ଚଳର ଯୁବକଙ୍କ ଦେହରେ ବାଜିଛି ଆତଙ୍କବାଦୀଙ୍କ ଗୁଳି । ସ୍ତ୍ରୀ ଓ ୮ ବର୍ଷର ପୁଅ ସହ ଜମ୍ମୁ-କଶ୍ମୀର ବୁଲିବାକୁ ଯାଇଥିଲେ ଆହତ ଯୁବକ ।

ଆତଙ୍କବାଦୀଙ୍କ ଗୁଳିବାଜି ସ୍ୱାମୀ ଆହତ ହେବା ନେଇ ସୂଚନା ଦେଇଛନ୍ତି ସ୍ତ୍ରୀ ।

ଆହତ ଯୁବକ ବାଲେଶ୍ୱର ଜିଲ୍ଲା ଈଶାଣୀ ଗରଁର ପ୍ରଶାନ୍ତ ଶତପଥୀ ବୋଲି ଜଣାପଡ଼ିଛି । ପ୍ରଶାନ୍ତ ସ୍ତ୍ରୀ ପ୍ରିୟଦର୍ଶନୀ ଏବଂ ପୁଅ ସହ ବୁଲିବାକୁ ଯାଇଥିଲେ ।

ବୁଲିବା ସମୟରେ ପ୍ରଶାନ୍ତଙ୍କ ଦେହରେ ଗୁଳି ବାଜି ସେ ଗୁରୁତର ଥିବା ଜଣାପଡ଼ିଛି ।