fbpx

ଓଡ଼ିଆ ପୁଅ ସତବିର ସିଂହ ହେଲେ ଭାରତୀୟ ସିନିୟର୍ କ୍ରିକେଟ୍ ଦଳର ମ୍ୟାନେଜର

ଓଡିଶା ଭାସ୍କର: ଓଡ଼ିଆଙ୍କ ପାଇଁ ଆଉ ଏକ ଖୁସି ଓ ଗର୍ବର ବିଷୟ । ଭାରତୀୟ ସିନିୟର୍ କ୍ରିକେଟ୍ ଦଳର ମ୍ୟାନେଜର ହେଲେ ଓଡିଶାର ସତବିର ସିଂହ । ତେବେ ଏଭଳି ଏକ ଖବର ଆସିବା ପରେ ସବୁଆଡେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି।

ସୂଚନା ଥାଉକି, ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସତବିର ସିଂହ ରିଆର (ପପୁ ସିଂହ)ଙ୍କ ଘର । ବର୍ତ୍ତମାନ ଭାରତୀୟ ଟିମ୍ ସାଉଥ ଆଫ୍ରିକା ଗସ୍ତରେ ରହିଛି। ଫଳରେ ପପୁ ସିଂହ ଗତ କାଲି କଟକରୁ ମୁମ୍ବାଇ ଏବଂ ସେଠାରୁ ସାଉଥ ଆଫ୍ରିକା ଗସ୍ତ କରିବାକୁ ଯାଉଛନ୍ତି । ସେ ଆଗରୁ ମଧ୍ୟ ଓଡ଼ିଶା ରଞ୍ଜୀ ଦଳର ମ୍ୟାନେଜର ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଆସିଛନ୍ତି। ସେପଟେ ସତବିରଙ୍କ ଜିଲ୍ଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ସେହିପରି ଏହି ଖବରକୁ ନେଇ ଓଡ଼ିଆ କ୍ରୀଡା ପ୍ରେମୀଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।

ଏଠାରେ କହି ରଖୁଛୁ ଯେ, ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜରେ ଭାଗ ନେଇଛି । ଶ୍ରୀ ରିୟାରଙ୍କର ଭିଜା ହୋଇ ପାରୁନଥିବାରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପୂର୍ବ ଖେଳ ଗୁଡିକରେ ସେ ଭାଗ ନେଇ ପାରି ନଥିଲେ । କିନ୍ତୁ ଆସନ୍ତାକାଲି ସେ ଦକ୍ଷିଣ ଆଫ୍ରିକା ନିମନ୍ତେ ଗସ୍ତ ଆରମ୍ଭ କରିବେ ଏବଂ ଗୋଟିଏ ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚରେ ସେ ମ୍ୟାନେଜର ଭାବେ ନିଜର ଦାୟିତ୍ୱ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି ।

 

 

Get real time updates directly on you device, subscribe now.