ଭୁବନେଶ୍ୱର: ଆଉ ଅଳ୍ପ ସମୟ ଭିତରେ ଓଡ଼ିଶାରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦିଙ୍କ ଗସ୍ତ ପାଇଁ ଉଭୟ କଟକ ଓ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଥିବାବେଳେ ଏହାକୁ ବିରୋଧ କରୁଛି ବିରୋଧୀ କଂଗ୍ରେସ ।
ମୋଦିଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ କଂଗ୍ରେସ ଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିଛିନ୍ତି କର୍ମକର୍ତ୍ତା ।
‘ବର୍ଷ ଏକ ପ୍ରତାରଣା ଅନେକ’ ନାରାରେ କମ୍ପୁଛି ମାଷ୍ଟର କ୍ୟାଣ୍ଟିନ୍ ।
ମୋହନ ସରକାରଙ୍କ ଶାସନର ୧ ବର୍ଷ ପୂର୍ଣ୍ଣି ଅବସରରେ ଆଜିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।