ଓଡ଼ିଶା ବଜେଟ୍: ଏଥର କୃଷି ପାଇଁ ୧୪ ହଜାର ୮୬୧ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭାରେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ଉପସ୍ଥାପନା କରାଯାଉଛି । ଏହା ସହ ବିକଶିତ ଭାରତର ଇଞ୍ଜିନ ଓଡ଼ିଶା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ବଜେଟରେ ନିଜସ୍ୱ ଟିକସ ରାଜସ୍ୱ ୨୨.୮% ଥିବା ବେଳେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୨୨.୨% ରହିଛି । ନିଜସ୍ୱ ଅଣଟିକସ ରାଜସ୍ୱ ୨୦.୭% ରହିଛି । ସରକାରୀ ଋଣ ୧୬.୩%, କେନ୍ଦ୍ରୀୟ ଅନୁଦାନ ୧୪.୩% ରହିଛି ।

ଏଥର ବଜେଟରେ କୃଷି ପାଇଁ ୧୪ ହଜାର ୮୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଉଛି । ସବୁ ସବଡିଭିଜନରେ ହେବ ଶୀତଳ ଭଣ୍ଡାର । ସବୁ ଅଚଳ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।