Odisha Budget: ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୭ା୨: ସୋମବାର ବିଧାନସଭାରେ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏଥର ସରକାର କୃଷି, ଶିକ୍ଷା, ସ୍ଵାସ୍ଥ୍ୟ, ସୁଭଦ୍ରା ଯୋଜନା, ପରିବହନ, ଯୋଗାଯୋଗ ସବୁ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଇଛନ୍ତି । ଏଥର ବଜେଟ୍‌ର ମୋଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି।  ଏଥର ସରକାର ଗାଁକୁ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶାର ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ଭିତ୍ତିଭୂମିର ବିକାଶ ପାଇଁ ଏକ ନୂତନ ରୂପରେଖରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୨  ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଫଳରେ ଗାଁଗୁଡ଼ିକର ରୂପରେଖ ବଦଳିବ ।

ସେହିପରି ଜଳଜୀବନ ମିଶନ ପାଇଁ ୭ ହଜାର କୋଟି ବ୍ୟୟ ମଞ୍ଜୁର କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ୪  ହଜାର ୫ ଶହ କୋଟି ବ୍ୟୟବରାଦ କରାଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି ବ୍ୟୟ ବରାଦ କରାଯାଇଛି।

ସେହିପରି ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବରାଦ କରାଯାଇଛି ।  ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି PM ପୋଷଣ ଯୋଜନା ପାଇଁ ୮୮୫ କୋଟି ଟଙ୍କା । ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ବ୍ୟୟ ବରାଦ। ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪କୋଟି, SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ ୪୫୦କୋଟି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୧୦ କୋଟି ବରାଦ କରାଯାଇଥିବାବେଳେ ଶହୀଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି ।