Big Breaking: ମହାକୁମ୍ଭରେ ପଡ଼ିପାରିଲା ନାହିଁ ପାଦ, ଓଡ଼ିଶାରୁ ଯାଉଥିବା ଶ୍ରଦ୍ଧାଳୁ ବସ୍ ବିହାରରେ ଓଲଟିଲା

ପାଟନା: ବିହାରରେ ଓଲଟିଲା ଓଡ଼ିଶା ବସ୍ । ବିହାର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍ ।

ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁ ୩୫ ଯାତ୍ରୀ ଆହତ ହୋଇଥିବାବେଳେ ୩ ଗୁରୁତର ଥିବା ଜଣାପଡ଼ିଛି ।

ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳାକୁ ବସଟି ଯାତ୍ରୀ ନେଇ ଯାଉଥିବା ସୂଚନା ।

ଭୋଗରାଇରୁ ୭୦ ଯାତ୍ରୀ କୁମ୍ଭମେଳା ଯାଉଥିଲେ ।