fbpx

ଆରମ୍ଭ ହେବ ଓଡିଶା ଚେସ ଚମ୍ପିଆନସିପ: ଜାଣନ୍ତୁ କେବେ ଓ କେଉଁଠି ହେବ ଆୟୋଜନ?

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଅନୁଷ୍ଠିତ ହେବାକୁ ଯାଉଛି ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍ । ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ କେ.ଟି ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଏହାର ଆୟେଜନ କରାଯିବ ।

ଏହି ପ୍ରତିଯୋଗିତାରେ ରାଜ୍ୟରୁ ଶତାଧିକ ଖେଳାଳିଙ୍କ ସମେତ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ଅଶଂଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରିବା ପାଇଁ ୫୦୦ ଟଙ୍କା ଏଣ୍ଟ୍ରି ଫି ରଖାଯାଇଛି । ତେବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୨୦୦ ଟଙ୍କା ରିହାତି କରାଯାଇ ୩୦୦ ଟଙ୍କା ରଖା ଯାଇଛି । ତେବେ ଅଶଂଗ୍ରହଣକାରୀଙ୍କ ପାଇଁ ରେଜେଷ୍ଟ୍ରେସନ କରିବାର ଶେଷ ତାରିଖ ୧୨ ଜୁଲାଇକୁ ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗିତାରେ ଚମ୍ପିୟନ ଖେଳାଳିକୁ ଟ୍ରଫି ସହ ୭ ହଜାର ଟଙ୍କା ପୂରସ୍କାର ରାଶି ଥିବା ବେଳେ ରନର୍ସ ଅପ ଖେଳାଳିଙ୍କୁ ଟ୍ରଫି ସହ ୫ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ।

୫ଟି କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ଖେଳାଯିବ। ଖେଳାଳୀଙ୍କୁ ତୃଣମୂଳ ସ୍ତରରୁ ଭିତ୍ତିଭୂମି ଯୋଗାଇବା ସହ ଓଡ଼ିଶାରେ ଚେସ ପ୍ରଚାର ପ୍ରାସର କରିବା ହେଉଛି ଏହି ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ । ତେବେ ଚେସ ସହ ଯୋଡ଼ିବା ପାଇଁ ପ୍ରତିଯୋଗୀମାନଙ୍କୁ ଏକ ନୂଆ ଏବଂ ବିଶ୍ୱ ସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ।

Get real time updates directly on you device, subscribe now.