fbpx

ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ- ‘କ୍ଷତି ସହିବ ଓଡିଶା’

ଭୁବନେଶ୍ୱର,୧ ।୨(ଓଡିଶା ଭାସ୍କର): ୨୦୨୧-୨୨ ବର୍ଷ ପାଇଁ ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ ଦିଗ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ । ଓଡିଶା ଉପରେ ୧୦ ହଜାର ୮୪୦ କୋଟି ଟଙ୍କା ବୋଝ ପଡିବ । ୫ ବର୍ଷରେ ଓଡିଶାର ଭାଗ ୪,୫୨୮% କମିବ । ଏହା ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ । ରେଳବାଇ ଓ ରାଜପଥ କ୍ଷେତ୍ରରେ ପୁଞ୍ଚିନିବେଶର ଆବଶ୍ୟକତା ରହିଛି । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ନିବେଶ ହେବା ଆବଶ୍ୟକ । ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆବଣ୍ଟନ ବୃଦ୍ଧି ହେବାର ଆବଶ୍ୟକତା ରହିଛି । ପେଟ୍ରୋଲ-ଡିଜେଲ ଉପଯେ ସେସ୍ ପ୍ରଭାବ ରାଜ୍ୟ ଉପରେ ରହିବ । କେନ୍ଦ୍ର ଓ ରାଜ୍ୟ ବିତ୍ତୀୟ ଶୃଙ୍ଖଳା ଏହା ଫଳରେ ପ୍ରଭାବିତ ହେବ ।’

ତେବେ ବଜେଟରେ ନିଆଯାଇଥିବା କିଛି ନିଷ୍ପତ୍ତିିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ ପର ସ୍ଥିତିରେ ବଜେଟ ଉପରେ ଅନେକ ଆହ୍ୱାନ ଥିଲା । ବଜେଟରେ କିଛି ସକାରାତ୍ମକ ଦିଗ ରହିଛି ବୋଲି ନବୀନ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ ଅଭିବୃଦ୍ଧି ଲକ୍ଷ୍ୟରେ ପୁଞ୍ଜିନିବେଶକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ବଜେଟରେ କୋଭିଡ ଟିକା ବ୍ୟୟବରାଦ ସ୍ୱାଗତଯୋଗ୍ୟ । ଆତ୍ମନିର୍ଭର ଭାରତ ପାଇଁ ବଜେଟରେ ମଧ୍ୟମ ଓ ଦୀର୍ଘ ମିଆଦୀ ଲକ୍ଷ୍ୟ ରହିଛି । ଆର୍ଥିକ ନିଅଣ୍ଟ ମାଧ୍ୟମରେ ଅଭିବୃଦ୍ଧି ତ୍ୱରିତ କରିବାକୁ ପଦକ୍ଷେପ ନିଆଯାଇଛି ।’

Get real time updates directly on you device, subscribe now.