fbpx

ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫%

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ପିଲା ଅଧାରୁ ସ୍କୁଲ ଛାଡିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ ହୋଇଛି । ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ ରହିଛି । ୨୦୧୮-୧୯ରେ ଡ୍ରପ୍ ଆଉଟ ହାର ୬.୯୩ ପ୍ରତିଶତ ଥିଲା । ଗତବର୍ଷ ନବରଙ୍ଗପୁରରେ ୧୧.୨୧% ଥିବାବେଳେ ଚଳିତବର୍ଷ ୧୨.୩୫% ହୋଇଛି । ଦ୍ୱିତୀୟରେ ମାଲକାନଗିରି ଜିଲ୍ଲାରେ ୧୩% ରହିଛି ଡ୍ରପ୍ ଆଉଟ ହାର । ତୃତୀୟରେ ରହିଛି ଗଜପତି ଜିଲ୍ଲା, ଯେଉଁଥିରେ ଡ୍ରପ୍ ଆଉଟ୍ ହାର ୯.୩୮% ରହିଛି । ଏହା ପଛକୁ ରହିଛି କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ନୂଆପଡା ଓ ସୁନ୍ଦରଗଡ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.