fbpx

ଓଡିଶାକୁ ମିଳିଲା ୯.୫୯ ଲକ୍ଷ PMAY ଘର; ସୂଚନା ଦେଲେ ଭୁବନେଶ୍ୱ ସାଂସଦ ଅପରାଜିତା ଷଡଙ୍ଗୀ

Advertisement

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡିଶାକୁ ମୋଟ ୯ ଲକ୍ଷ ୫୯ ହଜାର ଘର ମଞ୍ଜୁରୀ ହୋଇଛି । ସେଥିମଧ୍ୟରୁ ଫନୀ ପୀଡିତଙ୍କ ପାଇଁ ୧. ୨୪ ଲକ୍ଷ ଘର ମଞ୍ଜିରୀ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୦, ୧୪୭ ଘର ମିଳିଥିବା କହିଛନ୍ତି ଅପରାଜିତା ଷଡଙ୍ଗୀ ।

ତେବେ ସାଂସଦ ଅପରାଜିତା ଆହୁରୀ ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ସହ ସେ କଥା  ହୋଇଛନ୍ତି । ସରକାର ଏ ବାବଦରେ ଶୀଘ୍ର କାର୍ଯ୍ୟାଦେଶ ଦିଅନ୍ତୁ । ତେବେ ଓଡିଶାକୁ ମିଳିଲା ୯.୫୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ପ୍ରେସମିଟ୍ ଜରୀଆରେ ଭୁବନେଶ୍ୱର ସାଂସଦ ସୂଚନା ଦେଇଛନ୍ତି । ଏତତ୍ ବ୍ୟତୀତ ଫେବ୍ରୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅପତାଜିତା ଷଡଙ୍ଗୀ । ତେବେ ଏହି ୯ ଲକ୍ଷ ୫୯ ହଜାର ଘର ପାଇଁ ୭୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.