fbpx
BJD SKY
BJD SKY

ଓଡ଼ିଶାକୁ ଅନ୍ତର୍ଜାତୀୟ ପୁରସ୍କାର: ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ଆମେରିକାରୁ ମିଳିଲା ‘ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର’

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମିଳୁଛି । ଗତ ଫେବୃଆରୀ ମାସରେ ଓଡ଼ିଶାକୁ ସ୍ପୋର୍ଟ୍ସ ଷ୍ଟାର ଆସେସ ଆୱାର୍ଡ ମିଳିଥିଲା । କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟକୁ ଏହି ପୁରସ୍କାର ମିଳିଥିଲା । ମୁମ୍ବାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ତେବେ ଏହା ମଧ୍ୟରେ ଓଡ଼ିଶାକୁ ମିଳିଛି ପୁଣି ଏକ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଧାନ ସଂଗ୍ରହ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ସୁବିନିଯୋଗ ପାଇଁ ରାଜ୍ୟ ଏହି ପୁରସ୍କାର ହାସଲ କରିଛି । ଫସଲର ସାଟେଲାଇଟ୍ ଇମେଜ୍ ଜରିଆରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯାଇ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଲୁଟକୁ ରାଜ୍ୟ ସରକାର ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ପାରିଛନ୍ତି ।

ତେବେ ଏହି ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମିଳିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର କୃଷକଙ୍କ କଲ୍ୟାଣ ପାଇଁ ଧାନ କ୍ରୟ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଟେକ୍ନେଲୋଜି ପାଇଁ ରାଜ୍ୟ ଆଜି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର (ଓଆରଏସଏସି) ସହାୟତାରେ ବିଭାଗ ପକ୍ଷରୁ ସାଟେଲାଇଟ୍ ବ୍ୟବସ୍ଥା ଲାଗୁ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୩ରେ ରାଜ୍ୟରେ ତାଣ୍ଡବ ରଚିଥିବା ବାତ୍ୟା ‘ଫାଇଲିନ’ ସମୟରେ ସୁପରିଚାଳନା ପାଇଁ ଓଡ଼ିଶାକୁ ମିଳିତ ଜାତିସଂଘ ତରଫରୁ ପ୍ରଶଂସା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜମାନଙ୍କ ପାଇଁ ରୋଲ୍ ମଡେଲ ବୋଲି ଜାତିସଂଘର ମୁଖ୍ୟ କହିଥିଲେ ।

Get real time updates directly on you device, subscribe now.