ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆରମ୍ଭ କରିବ ନୂଆ ଯୋଜନା, ନବ ବିବାହିତଙ୍କୁ ଦିଆଯିବ ଗିଫ୍ଟ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ନବ ବିବାହିତଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ସେମାନଙ୍କୁ ଗିଫ୍ଟ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଏଭଳି ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରୁ ଆସନ୍ତା ସେପ୍ଟେମ୍ବର ମାସରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ନ୍ୟାସନାଲ ରୁରାଲ୍‌ ହେଲଥ୍‌ ମିଶନ ପକ୍ଷରୁ ଏହି ଗିଫ୍ଟ ପ୍ରଦାନ କରାଯିବ । ଆଶା କର୍ମୀମାନେ ଏହାକୁ ନବବିବାହିତଙ୍କୁ ପ୍ରଦାନ କରିବେ । ଏହି ଗିଫ୍ଟ ପ୍ୟାକେଟ୍‌ରେ କଣ୍ଡୋମ୍‌, ଓରାଲ୍‌ କଣ୍ଟ୍ରାସେପ୍ଟିକ୍‌ ପିନ୍‌, ପ୍ରେଗନାନ୍ସି ଟେଷ୍ଟିଂ କିଟ୍‌, ପରିବାର ନିୟୋଜନ ସମ୍ପର୍କିତ ପୁସ୍ତକ, ବିବାହ ପଞ୍ଜୀକରଣ ଫର୍ମ, ୨ଟି ଟାୱେଲ୍‌, ଆଇନା, ପାନିଆ, ଟିକିଲି, ନେଲ୍‌କଟର ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଏହାଫଳରେ ପରିବାର ନିୟୋଜନ ସହ ମହିଳାମାନେ ସୁରକ୍ଷିତ ରହିପାରିବେ । ସରକାରଙ୍କ ଏଭଳି ଯୋଜନାକୁ ପ୍ରଶଂସା କରାଯାଉଛି ।