fbpx

ଏପ୍ରିଲ ପାଇଁ ଆସିଲା ରାଜ୍ୟର ଗାଇଡଲାଇନ୍, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଏପ୍ରିଲ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କାଲିଠାରୁ ରାଜ୍ୟରେ ସରକାରଙ୍କ ଏପ୍ରିଲ ଗାଇଡଲାଇନ୍ ଜାରି ହେବ । ରାଜ୍ୟ କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା ।

ନୂଆ ଗାଇଡଲାଇନ୍ ଏପ୍ରିଲ ୧ ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ । ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଥା ସମ୍ଭବ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେବାଳୟ ବାବଦରେ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ । ନିର୍ଦ୍ଦିଷ୍ଟ ଅଞ୍ଚଳର କରୋନା ସ୍ଥିତିକୁ ଆଖିଆଗରେ ରଖି ନିଷ୍ପତ୍ତି ହେବ । ମନ୍ଦିର ଭିତରକୁ କେତେ ଭକ୍ତ ଯିବେ ସେନେଇ ନିଷ୍ପତ୍ତି ପ୍ରଶାସନ ନେବେ । ଧାର୍ମିକ କାର୍ଯ୍ୟକ୍ରମରେ କେତେଜଣ ସାମିଲ ହେଲେ, ତାହା ପ୍ରଶାସନ ନିଷ୍ପତ୍ତି ନେବେ ।

ବିଶାଳ ଜନ ସମାବେଶକୁ ନିଷେଧ କରିଛନ୍ତି ସରକାର । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସର୍ତ୍ତମୂଳକ ଭାବେ ସଭା ହୋଇପାରିବ । କୋଭିଡ ନିୟମକୁ କଡାକଡି ଭାବେ ଲାଗୁ କରିବେ ଜିଲ୍ଲାପାଳ ଓ କମିଶନର । ଆବଦ୍ଧ ଜାଗାରେ କ୍ଷମତାର ୫୦% ଲୋକଙ୍କୁ ନେଇ ସଭା ହେବ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବେ । ପିପିଲି ଉପନିର୍ବାଚନ ଦୃଷ୍ଟିରୁ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ନିୟମ ମାନି ସର୍ବାଧିକ ୨୦୦ ଲୋକଙ୍କୁ ନେଇ ରାଲି ହୋଇପାରିବ । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସ୍କଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.