କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ଓଡ଼ିଶା ସମ୍ମାନିତ, ଅନ୍ନଦାତାଙ୍କୁ ଏହି ସମ୍ମାନ ଉତ୍ସର୍ଗ କଲେ ଉପମଖ୍ୟମନ୍ତ୍ରୀ
କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା । 16ତମ ଏଗ୍ରିକଲଚର ଲିଡରସିପ୍ କନକ୍ନେଭରେ ସମ୍ମାନିତ ହେଲା ଓଡ଼ିଶା ।
ଭୁବନେଶ୍ବର: କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା । 16ତମ ଏଗ୍ରିକଲଚର ଲିଡରସିପ୍ କନକ୍ନେଭରେ ସମ୍ମାନିତ ହେଲା ଓଡ଼ିଶା । ପୁରସ୍କାର ଗ୍ରହଣ କଲେ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି ସମ୍ମାନ ଓଡ଼ିଶାର ଅନ୍ନଦାତାଙ୍କୁ ଉତ୍ସର୍ଗୀକୃତ ବୋଲି କେଭି କହିଛନ୍ତି ।
ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ବାରା ପ୍ରତିଷ୍ଠିତ ଏହି ସମ୍ମିଳନୀରେ ଏଗ୍ରିକଲଚର ଲିଡରସିପ ଆୱାର୍ଡରେ ସମ୍ମାନିତ କରାଯାଇଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଏବଂ ପୁରସ୍କାର କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ପି. ସଥାଶିବମ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା।
“ଏହି ପୁରସ୍କାର ଓଡ଼ିଶାର କୃଷକମାନଙ୍କ ନବବିଚାର ଏବଂ କଠିନ ପରିଶ୍ରମର ଏକ ପ୍ରମାଣ। ମୁଁ ଏହି ପୁରସ୍କାର ଓଡ଼ିଶାର ଅନ୍ନଦାତାମାନଙ୍କୁ ଉତ୍ସର୍ଗ କରୁଛି। ଏହି ପୁରସ୍କାର ଏବଂ ଭାରତରେ ସ୍ଥାୟୀ କୃଷି ବିକାଶରେ ଓଡ଼ିଶାକୁ ଏକ ଆଦର୍ଶ ମାନିଥିବାରୁ ଓଡ଼ିଶା ସରକାର ଏଗ୍ରିକଲଚର ଟୁଡେ ଗ୍ରୁପ୍ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରୁଛି” ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କହିଛନ୍ତି।
ଏହି ଜାତୀୟ ମାନ୍ୟତା କୃଷି ଅଭିବୃଦ୍ଧି, ନବସୃଜନ ଏବଂ ସମାବେଶୀ ବିକାଶରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ପ୍ରତିଫଳିତ କରେ ବୋଲି ମଧ୍ୟ କହିଛନ୍ତି ସିଂହ ଦେଓ ।