fbpx

ଦେଶରେ ଦୈନିକ କରୋନା ଟେଷ୍ଟିଂରେ ଓଡିଶା ଦ୍ୱିତୀୟ

ନୂଆଦିଲ୍ଲୀ, ୨୧ ।୮: ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ । ଏନେଇ ସାରା ଦେଶରେ ଟେଷ୍ଟିଂ ଜୋରାଦାର ଚାଲିଛି ।

ତେବେ ଦେଶରେ ଦୈନିକ କରୋନା ଟେଷ୍ଟିଂରେ ମାମଲାରେ ୨ୟ ସ୍ଥାନ ଅଧିକାର କରିଛି ଓଡିଶା । ପ୍ରତି ୧୦ ଲକ୍ଷରେ ନମୁନା ପରୀକ୍ଷାରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ନମୁନା ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିଛି ଗୋଆ । ଜାତୀୟ ହାରଠାରୁ ଓଡିଶାରେ ଅଧିକ ନମୁନା ପରୀକ୍ଷା ହେଉଛି । ବଡ ବଡ ରାଜ୍ୟ ତୁଳନାରେ ବହୁ ଆଗରେ ରହିଛି ଓଡିଶା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.