ଭୁବନେଶ୍ୱର: ଆରମ୍ଭ ହେଲା ଓଡ଼ିଶା ଟେକ୍ସ-୨୦୨୫ । ଲୋକସେବା ଭବନରେ ଏ ନେଇ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ କହିଛନ୍ତି, ଓଡ଼ିଶାର ବସ୍ତ୍ର ପୂରା ଭାରତରେ ପହଞ୍ଚିବ । ସମ୍ବଲପୁର, ମାଣିଆବନ୍ଧ, ବ୍ରହ୍ମପୁର ଶାଢ଼ୀ ଲୋକପ୍ରିୟ ।
ରୋଜଗାର କ୍ଷେତ୍ରରେ ବୃଦ୍ଧି ଆରମ୍ଭ ଲକ୍ଷ୍ୟ ବୋଲି ମୋହନ ମାଝୀ କହିଛନ୍ତି । ସବୁକ୍ଷେତ୍ରରେ ବ୍ୟବସାୟୀଙ୍କୁ ସ୍ଥାନ ଦିଆଯିବ ।
୩୩ ଏମଓୟୁ ସ୍ୱାକ୍ଷରିତ, ୭୮୦୮ କୋଟି ପୁଞ୍ଜୀ ନିବେଶ ସାଙ୍ଗକୁ ରାଜ୍ୟରେ ୫୩ ହଜାର ୩୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।