fbpx

ପଞ୍ଚାୟତିରାଜ ବାବୁଙ୍କ ଟଙ୍କାର ପାହାଡ! ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ଜାଲରେ ପଡିଲେ ପଞ୍ଚାୟତିରାଜ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢାଉ । ଭୁବନେଶ୍ବର ଘର ସମେତ ଏକ କାଳୀନ 8 ସ୍ଥାନରେ ଚଢାଉ କରାଯାଉଥିବା ସୂଚନା । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ହେଉଛନ୍ତି ରମେଶ ଚନ୍ଦ୍ର ଜେନା ।ଭୁବନେଶ୍ବର କଙ୍ଗିଳନଗର ସ୍ଥିତ ଘର, ଗୋଠପାଟଣାରେ 3 ମହଲା କୋଠା, ପୁରୀ ବାଣପୁରରେ ପୈତୃକ ଘର, ୟୁନିଟ 2ରେ ଥିବା ସରକାରୀ କ୍ବାଟର୍ସ, ଚାଙ୍ଗୀରେ ସମ୍ପର୍କୀୟଙ୍କ ଘର ଏବଂ ଅଫିସରେ ଘନ ଘନ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ 8ଜଣ ଡିଏସପି, 3ଜଣ ଇନ୍ସପେକ୍ଟର, 10ଜଣ ଏଏସଆଇ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ନଥିବା ବେଳେ ରେଡ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Get real time updates directly on you device, subscribe now.