fbpx

ଶୀତରେ ଥରିବ ସାରା ଓଡିଶା; ୧୫ ଡିଗ୍ରୀ ତଳେ ରାଜ୍ୟର ୧୯ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଧୀରେ ଧୀରେ ଶୀତର ମାତ୍ରା ବଢିବାର ଲାଗିଛି । ସକାଳୁ ଘନ ଘୁହୁଡି ସହ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବର ହ୍ରାସ ତାପମାତ୍ରାକୁ କମାଇ ଦେଉଛି । ଫଳରେ ଶୀତରେ ଥରୁଛି ସାରା ଓଡିଶା । ଏଥିସହିତ ସ୍ୱାଭିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ପାରଦ ଖସିଛି । ଯେଉଁ କାରଣରୁ ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୯ ସହର ।

ସୁନ୍ଦରଗଡର କିରେଇ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ସେଠାରେ ତାପମାତ୍ରା ୯.୫ ଡିଗ୍ରୀ ରହିଛି । ସେହିପରି ଜି. ଉଦୟଗିରିରେ ୧୦ ଡିଗ୍ରୀ, ଦାରିଙ୍ଗବାଡି ଓ ଫୁଲବାଣୀରେ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏତତ୍ ବ୍ୟତୀତ ଭୁବନେଶ୍ୱରରେ ୧୪.୫ ଏବଂ କଟକରେ ତାପମାତ୍ରା ୧୫ ଡିଗ୍ରୀ ରହିଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି ।

ତେବେ ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ଅନୁଭୁତ ହେବ । କୋରାପୁଟ, କନ୍ଧମାଳ ଓ ସୁନ୍ଦରଗଡରେ ଅଧିକ ଶୀତ ପଡ଼ିବା ସହ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଉତ୍ତର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଯାହାକି ଆଜି ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ମାତ୍ର ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ଯାହାକୁ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.