fbpx

ଯବାନଙ୍କ ଏନକାଉଣ୍ଟରରେ ୩ ନକ୍ସଲ ନିପାତ

ଛତିଶଗଡ: ବର୍ତ୍ତମାନ ଦେଶ ତଥା ରାଜ୍ୟରେ ଆତଙ୍କବାଦର ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି । ନକ୍ସଲମାନେ ବିଭିନ୍ନ ଘଂଚ ଜଙ୍ଗଲରେ ରହି ସରକାରଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ଏଥିରେ ସାଧାରଣ ଜୀବନ ନିହତ ହେଉଛି । ଏମାନଙ୍କ ଷଡ଼ଯନ୍ତ୍ରକୁ ଅସଫଳ କରିବା ପାଇଁ ସରକାର ବିଭିନ୍ନ କଡା କଟକଣା କରିଛନ୍ତି । ଏପରି ଏକ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର ଦ୍ୱାରା ୩ଜଣ ନକ୍ସଲ ନିହତ ହୋଇଥିବା କଥା ସାମ୍ନାକୁ ଆସିଛି । ଟିମରେ ସାମିଲ ଥିଲେ ସିଆରଏଫ, ଡିଆରଜି,ଏସଟିଏଫ ଟିମ । ଏହି ଯବାନଙ୍କ ମିଳିତ ଏନକାଉଣ୍ଟରରେ ୩ଜଣ ନକ୍ସଲ ପ୍ରାଣ ହରାଇଥିଲେ ।

ଘଟଣାସ୍ଥଳରେ ପୁଲିସ ପହଁଚି ୩ଜଣଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏବଂ ସେଠାରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ କରାଯାଇଛି । ଏହାଛଡ଼ା ସେଠାରେ ଅଧିକ ତଦନ୍ତ ଜାରି ସହିତ ସର୍ଚ୍ଚ ଅପରେସନ ଅବ୍ୟହତ ରହିଛି ।

Get real time updates directly on you device, subscribe now.