fbpx

ଜଣେ ମିଳିମିଳା ରୋଗୀ ଅନ୍ୟ ୧୮ ଜଣଙ୍କୁ ସଂକ୍ରମିତ କରିପାରେ: ଭାଇରସ୍ କେତେ ମାରାତ୍ମକ ବିସ୍ତୃତ ତଥ୍ୟ ଦେଲା WHO

ନୂଆଦିଲ୍ଲୀ: ନିକଟରେ ମିଳିମିଳାର ବିସ୍ଫୋରଣ ଲକ୍ଷ ଲକ୍ଷ ଲୋକଙ୍କୁ ଆଶଙ୍କା ମଧ୍ୟକୁ ଠେଲି ଦେଇଛି । ଜଣେ ମିଳିମିଳା ରୋଗୀ ୧୨ରୁ ୧୮ ଜଣଙ୍କୁ ସଂକ୍ରମିତ କରାଇ ପାରେ । ଭାଇରସର ଭୟାବହତା ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ଚଳିତ ସିଜିନରେ ମିଳିମିଳାର ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା ବର୍ତ୍ତମାନ ଭାଇରସର ସ୍ଥିତି ଗମ୍ଭୀର ରହିଥିବା ନେଇ ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଗତ ୨୦୨୧ ବର୍ଷରେ ସମଗ୍ର ବିଶ୍ୱରେ ଆନୁମାନିକ ୯୦ ଲକ୍ଷ ମାମଲା ଆସିଥିବା ବେଳେ ୧,୨୮,୦୦୦ ଜଣ ମିଳିମିଳାରେ ପ୍ରାଣ ହରାଇଥିଲେ । ୨୨ଟି ରାଷ୍ଟ୍ରରେ ସଙ୍କଟଜନକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗତ ବର୍ଷ ପାଖାପାଖି ୪ କୋଟି ଛୋଟପିଲା ମିଳିମିଳା ଭ୍ୟାକ୍ସିନରୁ ବଞ୍ଚିତ ହୋଇଥିଲେ । ୨.୫ କୋଟି ପିଲା ସେମାନଙ୍କର ପ୍ରଥମ ଡୋଜ୍ ଓ ୧.୪୭ କୋଟି ପିଲା ଦ୍ୱିତୀୟ ଡୋଜ୍ ନେଇ ନଥିବା ଜଣାପଡ଼ିଥିଲା ।

କୋଭିଡ-୧୯ ମହାମାରୀର ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଥିବା ସମୟରେ ଲକ୍ଷ ଲକ୍ଷ ଛୋଟ ପିଲା ମିଳିମିଳା ନେବାରୁ ବଞ୍ଚିତ ହୋଇଥିଲେ ବୋଲି ସୂଚନା ଦେଇଛନ୍ତି ହୁ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ ଆଧାନୋମ ଘେବ୍ରେୟସସ୍ । ସାରା ବିଶ୍ୱର ମାତ୍ର ୮୧ ପ୍ରତିଶତ ପିଲା ମିଳିମିଳାର ପ୍ରଥମ ଡୋଜ୍ ନେଇଥିବା ବେଳେ ୭୧ ପ୍ରତିଶତ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ୨୦୦୮ ମସିହା ପରଠାରୁ ଏହା ମିଳିମିଳାର ପ୍ରଥମ ଡୋଜର ସର୍ବନିମ୍ନ ହାର ବୋଲି ହୁ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.