fbpx

ବିଧାନସଭା ବଜେଟରେ ଓଡ଼ିଶାର ବଡ଼ ଲକ୍ଷ୍ୟ: ଡିସେମ୍ବର ସୁଦ୍ଧା ରାଜ୍ୟର ସହରାଞ୍ଚଳ ହେବ ବସ୍ତିମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟବାସୀଙ୍କ ପାଇଁ ଏଥିରେ ବିଭିନ୍ନ ଯୋଜନା ସାମିଲ ହେବାକୁ ଯାଉଛି । ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ପ୍ରଦାନ କରାଯାଉଛି । ଅନ୍ତୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳିପାରୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ଚାଉଳ ଦେଉଛନ୍ତି ରାଜ୍ୟ ସରକାର । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଯୋଗାଇ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଛି । ରାଜ୍ୟର ୪୦% ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ଚାଲୁ ରହିଛି ।

ରିପୋର୍ଟ ଅନୁସାରେ, ୨୦୧୪ ମସିହାରୁ ୨୦୧୫ ପର୍ଯ୍ୟନ୍ତ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ସମୟ ପୂର୍ବରୁ ଘର ସାରିଥିବାରୁ ହିତାଧିକାରୀମାନଙ୍କୁ ୧୩୮୭ ପ୍ରୋତ୍ସାହନ ଦିଆଯାଇଥିବା ବଜେଟରେ ଉପସ୍ଥାପନ କରାଯାଇଛି । ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ସେହିପରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉଥିବା ବଜେଟରେ ଦର୍ଶାଯାଇଛି । ରାଜ୍ୟର ୧୦ଟି ସହର ବର୍ତ୍ତମାନ ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି । ତେଣୁ ବାକି ଥିବା ସହରଗୁଡ଼ିକୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳ ବସ୍ତିମୁକ୍ତ କରାଯିବ ।

ଏହାବ୍ୟତୀତ ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥା ଜାରି ରହିଛି । ଏହି ଯୋଜନାରେ ପୁରୀ ଏବଂ ଗୋପାଳପୁର ଦେଶର ପ୍ରଥମ ଏବଂ ଦ୍ୱିତୀୟ ସହର ଭାବରେ ସ୍ଥାନ ନାଇଛନ୍ତି । ତେବେ ୨୪ଟି ସହରାଞ୍ଚଳର ପ୍ରାୟ ୨୩ ଲକ୍ଷରୁ ଅଧିକ ବାସିନ୍ଦା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇ ପାରିଛନ୍ତି । ସେହିଭଳି ୩୪୧୧ କୋଟି ଟଙ୍କା ବିନିମୟରେ ରୂପାନ୍ତରଣ ହୋଇଛି ମୋଟ ୬୮୭୨ଟି ହାଇସ୍କୁଲ । କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି । ଅନ୍ୟ ପକ୍ଷରେ ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରୁଛି । ଏତଦ୍ ବ୍ୟତୀତ ଆନ୍ତଃଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତ୍ତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ରାଜ୍ୟର ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଦେଇଛନ୍ତି ରାଜ୍ୟ ସରକାର । ତେବେ ଅସହାୟା, ସ୍ୱାମୀ ପରିତ୍ୟକ୍ତା ଏବଂ କୋଭିଡ ଯୋଗୁଁ ସ୍ୱାମୀଙ୍କୁ ହରାଇଥିବା ମହିଳାମାନଙ୍କୁ ଭତ୍ତା ମଧ୍ୟ ପ୍ରଦାନ କରୁଛନ୍ତି ସରକାର ।

Get real time updates directly on you device, subscribe now.