fbpx

ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କଲେ କଂଗ୍ରେସ ନେତା

ଓଡ଼ିଶା ଭାସ୍କର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିଥିଲେ। କିନ୍ତୁ ଏହି ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସ ନେତା କକ୍ଷତ୍ୟାଗ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟପାଳଙ୍କ ଅଭିଭାଷଣର ପ୍ରତିବାଦ ଜଣାଇଛନ୍ତି। ତେବେ ଏହାକୁ ନେଇ ନରସିଂହ କହିଛନ୍ତି, ପୂର୍ବରୁ ରାଜା ମହାରାଜାମାନେ ପ୍ରଶଂସା ଶୁଣିବା ପାଇଁ ପାଟ ନିଯୁକ୍ତି କରୁଥିଲେ। ସେପରି ଆଜିର ଦିନରେ ଓଡ଼ିଶା ସରକାର ରାଜ୍ୟପାଳଙ୍କୁ ସେପରି ବ୍ୟବହାର କରୁଛି। ଏହା ଦୁଃଖ ଦାୟକ। ଆମେ ଏହାକୁ ପ୍ରତିବାଦ କରି କକ୍ଷ ତ୍ୟାଗ କରିଥିଲୁ। ତେବେ ଏନେଇ ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନା ଥାଉକି, ଦୀର୍ଘସମୟ ଧରି ଅଧିବେଶନରେ ନିଜର ଅଭିଭାଷଣ ରଖିଥିଲେ ମହାମହିମ ରାଜ୍ୟପାଳ ରଘୁବର ଦାସ। ଦିନ ୧୧ଟାରୁ ରାଜ୍ୟପାଳଙ୍କ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଥିଲା। ତେବେ ରାଜ୍ୟପାଳ ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଥିଲେ।

Get real time updates directly on you device, subscribe now.