ଭୁବନେଶ୍ୱର : “ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ପକ୍ଷରୁ ଆୟୋଜିତ ହୋଇଥିବା “ଅ” ଓଡିଶା ଲିଟେରାରୀ ଫେଷ୍ଟିଭାଲ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଠାରେ ଓଡିଶା ବିକାଶ କାହାଣୀ ବିଷୟରେ କହିଥିଲେ ମୁଖ୍ୟମନ୍ତ୍ରୀ । ଏହା ଛଡା କରିଥିଲେ ଓଡିଶା ଅନେକ ଦୁର୍ବିପାକର ସମ୍ମୁଖୀନ ହେଲେ ମଧ୍ୟ ତାର ବିକାଶ ଧାରାକୁ ବଜାଇ ରଖିଛି । ଓଡିଶାର କଳା, କଳା ସଂସ୍କୃତି ନିଆରା । ଏହା ପରେ ମୁଖ୍ୟମନ୍ତ୍ରୀ ୧୯୯୯ ରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ କଥା କହିଥିଲେ ।
ଏହା ଛଡା ଓଡିଶା ଇତିହାସ ବିଷୟରେ କହିଥିଲେ କଳିଙ୍ଗ ଯୁଦ୍ଧ ଓଡିଶାର ଇତିହାସକୁ ନୂଆ ଦିଗ ଦେଖାଇଥିଲା । ଆଗରୁ ଓଡିଶାକୁ ଅନ୍ୟ ଦେଶମାନେ ଅଣଦେଖା କରୁଥିବା ବେଳେ ଏବେ ଓଡିଶା ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ବିଶିଷ୍ଟ ଲେଖିକା ସ୍ୱର୍ଗତ ଗୀତା ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।ଏହା ଛଡା ମୁଖ୍ୟମନ୍ତ୍ରୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସମର୍ଥନ କରିବା ସହ କୌଣସି ସମୟରେ ନିର୍ବାଚନ ହେଲେ ସେ ପ୍ରସ୍ତୁତ ବୋଲି କହିଛନ୍ତି । ଏବଂ ମହିଳା ସଂରକ୍ଷଣ ବିଲକୁ ମଧ୍ୟ ସ୍ୱାଗତ କରିଛନ୍ତି । ମୋଦିଙ୍କ ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।