fbpx

ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍

Advertisement

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲରେ ନିଆଁ ଲିଭାଇବ ଓଡ୍ରାଫ୍ ଟିମ୍ । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫକୁ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜଙ୍ଗଲ ନିଆଁ ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ତେବେ ଶିମିଳିପାଳ କୋର ଅଞ୍ଚଳକୁ ଜଙ୍ଗଲ ନିଆଁ ବ୍ୟାପିନି ବୋଲି ସନ୍ଦୀପ କହିଛନ୍ତି । ସେ କହିଛନ୍ତି ଯେ, ‘ଶିମିଳିପାଳ ଜଙ୍ଗଲର ବନାଗ୍ନି ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଛି । ବନାଗ୍ନି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବାହ୍ୟାଞ୍ଚଳ ଜଙ୍ଗଲରେ ସୀମିତ ରହିଛି । ସେଥିପାଇଁ କୋର ଅଞ୍ଚଳର ବନ୍ୟଜନ୍ତୁ ପ୍ରଭାବିତ ହୋଇନାହାନ୍ତି ।’

Get real time updates directly on you device, subscribe now.