fbpx

ଗର୍ଭବତୀ ମା’ର ଶୋଇବା ଅବସ୍ଥା କାରଣରୁ ଶିଶୁର ବେକରେ ଗୁଡ଼ାଇ ହେଇପାରେ ଆମ୍ବଲିକାଲ୍ କର୍ଡ, ଜାଣନ୍ତୁ କିପରି ଶୋଇବା ଆବଶ୍ୟକ

ନୂଆଦିଲ୍ଲୀ: ମହିଳା ମାନଙ୍କ ପାଇଁ ଗର୍ଭାବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହେଇଥାଏ।ଆଉ ଏହି ସମୟରେ ମହିଳା ମନକୁ ମଧ୍ୟ ଅଧିକ ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଥାଏ । ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ କଥାରେ ଅଧିକ ଧ୍ୟାନ ଦେବା ପାଇଁ କୁହାଯାଏ । ତେବେ ଏହାଭିତରେ ଗର୍ଭବତୀ ମହିଳାଙ୍କ ଶୋଇବାକୁ ନେଇ ମଧ୍ୟ ଅନେକ କଥା ଦେଖିବାକୁ ମିଳିଥାଏ । ଗର୍ଭବତୀ ମହିଳାମାନଙ୍କୁ ସର୍ବଦା ବାମ ପାର୍ଶ୍ୱରେ ଶୋଇବାକୁ ପରାମର୍ଶ ଦିଆଯାଏ ।

ଯେତେବେଳେ ଜଣେ ମହିଳା ଏହି ଶୋଇବା ଅବସ୍ଥାରେ ଥାଆନ୍ତି, ସେତେବେଳେ ଗର୍ଭସ୍ଥ ଶିଶୁର ରକ୍ତ ଯୋଗାଣ ବଢିଥାଏ, ବିଶେଷଜ୍ଞ କହିବା ଅନୁସାରେ , “ଯେତେବେଳେ ବି ଜଣେ ମହିଳା ଉଠିବା ପାଇଁ ଚାହୁଁଛନ୍ତି କିମ୍ବା ବାହାରକୁ ଯିବାକୁ ଚାହାଁନ୍ତି, ସେତେବେଳେ ସେ ପ୍ରଥମେ ବାମ ପାର୍ଶ୍ୱକୁ ଦେଇ ତା’ପରେ ଠିଆ ହେବା ଉଚିତ୍ । ଜଣେ ହଠାତ୍ ଉଠିବା ଉଚିତ୍ ନୁହେଁ ।

କାରଣ ଆମ୍ବଲିକାଲ୍ କର୍ଡ ହେଉଛି ଏକ ଟ୍ୟୁବ୍ ପରି ଗଠନ ଯାହା ମା ଏବଂ ଶିଶୁକୁ ଗର୍ଭରେ ପରସ୍ପର ସହିତ ଯୋଡିଥାଏ । ମା’ଠାରୁ ଶିଶୁକୁ ଅମ୍ଳଜାନ ଏବଂ ଖାଦ୍ୟ ବହନ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଯେତେବେଳେ ଏହି କର୍ଡ ଶିଶୁର ବେକରେ ଗୁଡ଼ାଏ, ସେତେବେଳେ ବହୁତ ଅସୁବିଧା ଦେଖିବାକୁ ମିଳେ । ବେଳେ ବେଳେ ଏହି ପରିସ୍ଥିତି ଭୟଙ୍କର ମଧ୍ୟ ହେଇପାରେ ।

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଗର୍ଭାବସ୍ଥାରେ ନ୍ୟୂକାଲ କର୍ଡ ସାଧାରଣତ ୨୪ ରୁ ୨୬ ସପ୍ତାହରେ ପ୍ରାୟ ୧୨ ପ୍ରତିଶତ ଏବଂ ପୂର୍ଣ୍ଣ ଅବଧିରେ ପହଞ୍ଚିବା ପରେ ୩୭ ପ୍ରତିଶତ ରେକର୍ଡ ହୋଇଥାଏ। ତେଣୁ ଏହି ସମୟରେ ମହିଳା ମନକୁ ଶୋଇବା ବେଳେ ଅଧିକ ଧ୍ୟାନ ଦେବାକୁ ପଡିଥାଏ। ଆଉ ଗର୍ଭାବସ୍ଥାର ପରବର୍ତ୍ତୀ ପର୍ଯ୍ୟାୟରେ ପିଠିରେ ଶୋଇବା ଉଚିତ୍ ନୁହେଁ ବୋଲି କୁହାଯାଏ । କାରଣ ଏହା ପ୍ରସବ ହେବାର ଆଶଙ୍କା ବଢ଼ାଇପାରେ। ଏହାଦ୍ୱାରା ମୁଣ୍ଡ ବୁଲାଇବା, ନିଶ୍ୱାସ ପ୍ରଶ୍ୱାସ ଏବଂ ତଳ ପିଠି ଯନ୍ତ୍ରଣା ହୋଇପାରେ। ଆଉ ଶୋଇବା ସମୟରେ ତୁମର ମୁଣ୍ଡ, ପିଠି ଏବଂ ଗୋଡକୁ ଟିକେ ସପୋର୍ଟ ଦେବା ପାଇଁ ତକିଆ ବ୍ୟବହାର କର ।

Get real time updates directly on you device, subscribe now.