fbpx
BSKY SKY
BSKY SKY

ମନ୍ତ୍ର ସହିତ ଗଜାନନଙ୍କୁ ଅର୍ପଣ କରନ୍ତୁ ଦୂବ: ବରଷିବ ବିଘ୍ନ ବିନାଶନଙ୍କ ଅପାର କୃପା

BSKY

ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ପାଳନ ହୋଇଥାଏ ବୋଲି ଲୋକକଥା ରହିଛି । ଅର୍ଥାତ ଅନେକ ପର୍ବପର୍ବାଣୀରେ ଦେଶ ସବୁବେଳେ ଉତ୍ସମୁଖର ରହିଥାଏ । ତେବେ ଭାରତର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ ହୋଇଥାଏ ଗଣେଶ ପୂଜା । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପ୍ରଭୁ ଲମ୍ବୋଦର ମହୀ ମଣ୍ଡଳରେ ଅବତରଣ କରନ୍ତି । ଭକ୍ତଙ୍କ ଦୁଃଖ ହରିବା ପାଇଁ ପୃଥିବୀକୁ ଆସନ୍ତି ବିଘ୍ନ ବିନାଶନ ।

ତେବେ ଶ୍ରୀଗଣେଶ ଖୁବ ଶୀଘ୍ର ଭକ୍ତଙ୍କ ମନକଥା ବୁଝନ୍ତି ଏବଂ ପ୍ରସନ୍ନ ହୋଇଯାଆନ୍ତି ବୋଲି କୁହାଯାଏ । ତାଙ୍କ ପୂଜା ସମୟରେ କୃପା ପାଇବା ପାଇଁ କିଛି କଥା ଧ୍ୟାନ ରଖିବା ନିହାତି ଆବଶ୍ୟକ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଗଣେଶଜୀଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କଲେ ଶୁଭଫଳ ମିଳିଥାଏ । ଏସବୁ ଭିତରୁ ଗୋଟିଏ ହେଉଛି ଦୂବ । ଏହା ବିନା ପ୍ରଭୁଙ୍କ ପୂଜା ଅପୂରଣୀୟ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସିଦ୍ଧି ବିନାୟକଙ୍କୁ ଦୂବ ଚଢାଇବାର କିଛି ନିୟମ ।

ଜ୍ୟୋତିଶ ଶାସ୍ତ୍ର କହେ,ଦୂବ ବିନା ଗଣପତିଙ୍କ ପୂଜା ଅଧୁରା । ଗଜାନନଙ୍କୁ ଦୂବ ଅର୍ପଣ କରିବା ଦ୍ୱାରା ବପ୍ପା ଖୁବଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ମଧ୍ୟ କୁହାଯାଏ । ଦୂବ ସର୍ବଦା ଯୋଡା କରି ଅର୍ପଣ କରାଯାଇଥାଏ । ଦୁଇଟି ଦୂବକୁ ଯୋଡି ଗୋଟି, ଗଣ୍ଠି କରାଯାଇଥାଏ । ଏହିପରି ଭାବରେ ୨୨ଟି ଦୂବକୁ ଯୋଡି ୧୧ଟି ଗଣ୍ଠି କିମ୍ବା ୩/୫ଟି ଦୂବ ଗଣ୍ଠି କରି ଗିରିଜାନନ୍ଦନଙ୍କୁ ଅର୍ପଣ କରନ୍ତୁ ।

ତେବେ ଦୂବ ଅର୍ପଣ କରିବା ସମୟରେ ମନ୍ତ୍ର ଜପ କରିବା ଦ୍ୱାରା ପ୍ରଭୁ ଅଦିକ ପ୍ରସନ୍ନ ହୋଇଥାନ୍ତି । ଘରେ ସୁଖ ସମୃଦ୍ଧି ଆସିବା ସହ ଗଣେଶ ମହାପ୍ରଭୁଙ୍କ କୃପା ଦୃଷ୍ଟି ପଡି ରହିଥାଏ ।

• ଇଦଂ ଦୂର୍ବାଦଳଂ ଓଂ ଗଣପତୟେ ନମଃ
• ଓଂ ଗଂ ଗଣପତୟେ ନମଃ
• ଓଂ ଏକଦନ୍ତାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧିମାହି, ତନ୍ନୋ ଦନ୍ତି ପ୍ରଚୋଦୟାତ୍
• ଓଂ ଶ୍ରୀଂ ହ୍ରିଂ କ୍ଲେଂ ଗ୍ଲୋମ ଗଂ ଗଣପତୟେ ବର ବରଦ ସର୍ବଜନ ଜନମୟ ବାଶମନୟେ ସ୍ୱାହା ତତ୍ପୁୁରଷାୟ ବିଦ୍ମହେ ପ୍ରକ୍ରତୁଣ୍ଡାୟ ଧିମାହି ତନ୍ନୋଦନ୍ତି ପ୍ରଚୋଦୟାତ୍ ଓଂ ଶାନ୍ତି ଶାନ୍ତି ଶାନ୍ତିଃ
• ଓଂ ବକ୍ରତୁଣ୍ଡେକ ଦଂଷ୍ଟ୍ରାୟ କ୍ଲୀଂ ଶ୍ରୀଂ ଗଂ ଗଣପତେ ବର ବରଦ ସର୍ବଜନଂ ମେ ବଶମାନୟ ସ୍ୱାହା

Get real time updates directly on you device, subscribe now.