fbpx

ଶନି ଦେବଙ୍କୁ ଅର୍ପଣ କରନ୍ତୁ ତାଙ୍କ ପ୍ରିୟ ଭୋଗ, ଦୂର ହେବ ଶନି ଦୋଷ

ଓଡ଼ିଶା ଭାସ୍କର: ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା । କିନ୍ତୁ ସାଧାରଣତଃ ଶନି ଦେବଙ୍କୁ ସମସ୍ତେ ଭୟ କରିଥାନ୍ତି । କାରଣ ଶନି ଦେବଙ୍କ କୁଦୃଷ୍ଟି ଯାହା ଉପରେ ଥରେ ପଡ଼ିଥାଏ ସେହି ବ୍ୟକ୍ତିକୁ ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଶନି ଦେବ କ୍ରୁର ଦେବତା ବୋଲି ମଧ୍ୟ ବିବେଚିତ କରାଯାଇଛି । ଅପରପକ୍ଷରେ ଶନି ଦେବଙ୍କ କୃପା ଦୃଷ୍ଟି ବ୍ୟକ୍ତିର ଜୀବନରେ ସୁଖ, ସମୃଦ୍ଧି ଓ ପ୍ରଗତି ଆଣିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ରହିଛି । ଶନିବାର ଦିନ ବିଶେଷ ପୂଜାର୍ଚ୍ଚନା ଓ ଭୋଗ ଦ୍ୱାରା ଶନି ଦେବଙ୍କ ପ୍ରସନ୍ନ କରାଯାଇପାରିବ । ଜୀବନରେ ଶନି ଦେବଙ୍କ କୃପା ଦୃଷ୍ଟି ରହିଲେ କୌଣସି କାର୍ଯ୍ୟରେ ବାଧା ବିଘ୍ନ ଆସି ନଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଶନିବାର ଦିନ ଶନିଦେବଙ୍କ ପ୍ର୍ରିୟ ଜିନିଷର ଭୋଗ ଲଗାଇଲେ ଶନି ଦୋଷ ଦୂର ହୋଇଥାଏ । ଏହା ଦ୍ୱାରା ଶନି ଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

୧. ଶନିଦେବଙ୍କୁ ଗୋଟା କଳା ବିରିରୁ ତିଆରି ଖେଚୁଡ଼ିର ଭୋଗ ବହୁତ ପ୍ରିୟ । ଶନିବାର ଶନିଦେବଙ୍କୁ ଏହି ଭୋଗ ଲଗାଇବା ଶୁଭ ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଶନି ଦେବଙ୍କ କୃପା ଦୃଷ୍ଟି ସବୁବେଳେ ରହିଥାଏ ।

୨. କଳା ରାଶି ଶନି ଦେବଙ୍କ ପ୍ରିୟ ଅଟେ । ତେଣୁ କଳା ରାଶିରେ ତିଆରି ଭୋଗ ଦ୍ୱାରା ଶନି ଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଏହି ଉପାୟକୁ ନିୟମିତ ଭାବେ କିଛି ଶନିବାର କରିବା ଦ୍ୱାରା ଜୀବନରୁ ସମସ୍ୟା ଦୂରେଇ ଥାଏ ।

୩. ଶନି ଦେବଙ୍କୁ ଗୁଡ଼ର ଭୋଗ ଲଗାଇବା ବି ଶୁଭ ଅଟେ । ଭକ୍ତମାନଙ୍କ ଉପରେ ସବୁବେଳେ ଶନି ଦେବଙ୍କ କୃପା ଦୃଷ୍ଟି ରହିଥାଏ ।

୪. ଶନିବାର ଗୁଲାବ ଜାମୁନ୍ କିମ୍ବା ମିଠା ପୁରୀର ଭୋଗ ଲଗାଇବା ଶୁଭଫଳ ଦେଇଥାଏ । ଏହା ଦ୍ୱାରା ଶନି ଦେବଙ୍କ କୋପ ଶାନ୍ତ ହେବା ସହ ଜୀବନରେ ସୁଖ ଶାନ୍ତି ଦେଖାଦିଏ ।

୫. ଶନି ଦେବଙ୍କ ପୂଜାର୍ଚ୍ଚନା ସମୟରେ ଭୁଲରେ ବି ତମ୍ବା ପାତ୍ରର ବ୍ୟବହାର କରନ୍ତୁ ନାହିଁ । ତମ୍ବାର ସମ୍ପର୍କ ସୂର୍ଯ୍ୟ ଦେବଙ୍କ ସହ ରହିଛି । ସୂର୍ଯ୍ୟଙ୍କୁ ଶନି ଦେବଙ୍କ ଶତ୍ରୁ ଭାବେ ବିବେଚିତ କରାଯାଇଛି । ତେଣୁ ଶନି ଦେବଙ୍କ ପୂଜାର୍ଚ୍ଚନା ସମୟରେ ଲୁହା ପାତ୍ରର ବ୍ୟବହାର କରନ୍ତୁ । ଏହା ବ୍ୟତୀତ ଲୁହା ପାତ୍ରରେ ଭୋଗ ଅର୍ପଣ କରିବା ଶୁଭଫଳ ଦେଇଥାଏ ।

Get real time updates directly on you device, subscribe now.