fbpx

ରାଜ୍ୟରେ ଆଉ ହେବନି ଅଫଲାଇନ୍ କ୍ଲାସ୍ ଓ ପରୀକ୍ଷା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ, ୧୦ା୪: ଦିଲ୍ଲୀରେ କରୋନା ଭାଇରସର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଣିକି ଆଉ ଅଫଲାଇନ କ୍ଲାସ ଓ ପରୀକ୍ଷା କରାଯିବ ନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘୋଷଣା କରିଛନ୍ତି । ଏନେଇ ସମସ୍ତ ସ୍କୁଲଗୁଡ଼ିକୁ ସୂଚିତ କରିଦିଆଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ପ୍ରାକ୍ଟିକାଲ, ଆକାଡେମିକ ପରୀକ୍ଷା, ପ୍ରୋଜେକ୍ଟ ଆଦିରେ ଭାଗନେଇ ପାରିବେ ନାହିଁ । ଦିଲ୍ଲୀରେ ଗୋଟିଏ ଦିନରେ ୩୯ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ହଜାର ୫୨୧ ପଜିଟିଭ୍ ଚିହ୍ନଟ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.