fbpx
BJD SKY
BJD SKY

ହେ ଭଗବାନ୍ ! ୪ ଦିନର ଶିଶୁକୁ ଜୋତାରେ ଦଳି ମାରିଦେଲା ପୋଲିସ, ସଙ୍ଗିନ ଅଭିଯୋଗ , ଜାଣନ୍ତୁ କେଉଁଠି ଘଟିଛିି ଏଭଳି ନୃଶଂସ ଘଟଣା

BJD

ନୂଆଦିଲ୍ଲୀ : ପୋଲିସ ଜୋତା ତଳେ ନବଜାତର ଜୀବନ ଯାଇଛି । ମାତ୍ର ୪ ଦିନର ଶିଶୁ ପୋଲିସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲି ଚଢଉ ବେଳେ ଏଭଳି ଘଟଣା ଘଟିଥିବା ମୃତ ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଝାଡଖଣ୍ଡର ଗିରିଡିହରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପୋଲିସ ଚଡାଉ ବେଳେ ଜଣେ ୪ ଦିନର ନବଜାତ ଶିଶୁକୁ ପୋଲି ପାଦରେ ଦଳି ଚକଟି ଥିଲା , ଯାହା ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୋଲିସର କାର‌୍ୟ୍ୟାନୁଷ୍ଠାନ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିରୋଧୀ ଦଳ ଏହାକୁ ନିନ୍ଦା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ ବିରୋଧୀ ଦଳ ବିଜେପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଦାବି କରିଛି।

ଏହି ଭୟାନକ ଘଟଣା ଗିରିଡିହର ଦେଓରି ପୋଲିସ ଷ୍ଟେସନ ଅଞ୍ଚଳର କୋଶୋଡିଙ୍ଗି ଗ୍ରାମରେ ଘଟିଛି। ଜାମିନ ବିହୀନ ୱାରେଣ୍ଟ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଏକ ଘରେ ପହଞ୍ଚିଥିଲା। ସେହି ସମୟରେ ଏହି ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି । ଯଦି ଏହି ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଦୋଷୀ ପୋଲିସ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରାରମ୍ଭିକ ଅନୁସନ୍ଧାନରେ ନବଜାତ ଶିଶୁର ଶରୀରରେ କୌଣସି ବାହ୍ୟ ଆଘାତ ଚିହ୍ନ ନାହିଁ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ କ’ଣ ଘଟିଥିଲା ସେ ବିଷୟରେ କିଛି ସୂଚନା ମିଳିବ । ଡାକ୍ତରୀ ଟିମ୍ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ଶିଶୁର ପୋଷ୍ଟମର୍ଟମ କରାଯିବ । ଏହାର ଭିଡିଓଗ୍ରାଫି ମଧ୍ୟ କରାଯିବ ।

ସୂଚନାଯୋଗ୍ୟ , ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସିଏମ ସୋରେନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭାଇରାଲ ଭିଡିଓରେ ଭୂଷଣ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଭୋର ୩.୨୦ ସମୟରେ ପୋଲିସ ଘରେ ଚଢଉ କରି କବାଟ ଖୋଲିବାକୁ ବାଧ୍ୟ କରିଥିଲା। ମୁଁ ଏବଂ ଘରର ମହିଳାମାନେ ସେଠାରୁ ପଳାଇ ଆସିଥିଲୁ। ଘରେ ଚାରି ଦିନର ଶିଶୁ ଶୋଇଥିଲା, ସେମାନେ ଘରେ ପଶି ଶିଶୁ ହତ୍ୟା କରିଛନ୍ତି ବୋଲି ଭୂଷଣ ପାଣ୍ଡେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ।

Get real time updates directly on you device, subscribe now.