fbpx
BSKY SKY
BSKY SKY

ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ: MBAରେ ଶ୍ରଦ୍ଧାରବିନ୍ଦ ଟପ୍ପର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷର ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଛାତ୍ରଛାତ୍ରୀମାନେ www.ojee.nic.inୱେବସାଇଟକୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ ।

ସୂଚନା ମୁତାବକ, ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ଈଶାନ୍ତ କୁମାର ନାୟକ ଓ ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି । ଏମ.ଫାର୍ମରେ ସଚିନ ନାୟକ, ଏକ.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି । ଏମ.ଟେକ୍ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ ଟପ୍ପର ହୋଇଛନ୍ତି । ଏମ.ଟେକ ଇଲେକ୍ଟିକାଲରେ ମିଥୁନ ଅଧିକାରୀ, ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି ।

ତେବେ ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓଜେଇଇ ପରୀକ୍ଷା । ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଏହି ଓଜେଇଇ ପରୀକ୍ଷା ଦେଇଥିଲେ । ୪୭ ହଜାର ୭୨୯ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି । ଅଗଷ୍ଟ ୧୦ରୁ ଆରମ୍ଭ ହେବ ଓଜେଇଇ କାଉନସେଲିଂ । ସ୍ପେଶାଲ ଓଜେଇଇ ଆବେଦନ ଅଗଷ୍ଟ ୧ରୁ ଆରମ୍ଭ ହେବ । ଅଗଷ୍ଟ ଶେଷ ସପ୍ତାହରେ ହେବ ସ୍ପେଶାଲ ଓଜେଇଇ ।

Get real time updates directly on you device, subscribe now.