fbpx

ରାଜ୍ୟରେ ଗତ୨୪ ଘଣ୍ଟାରେ୧୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ କରୋନା ପୁଣି ତାର କାୟା ବିସ୍ତାର କରିବାର ଲାଗିଛି। ପ୍ରତ୍ୟେକ ଦିନ ଶହଶହ ଲୋକେ କରୋନାରେ ଆକ୍ରାନ୍ତ ହେଉଥିବାବେଳେ ଆଜି ୧ହଜାର ୧୭୪ ଜଣ ନୂଆ ଆକ୍ରାନ୍ତ ଚିହଟ୍ନ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬୮ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୮୬ ଟି ଲୋକାଲ କେସ୍ ରହିଛି। ସେହିପରି ୧୫୫ ଜଣ ବୟସ ୧୮ ବର୍ଷ କିମ୍ବା ତାଠାରୁ କମ୍ ବୋଲି ଜଣା ପଡିଛି।

ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୬ ଜଣ ଆକ୍ରନ୍ତ ହୋଇଥିବା ବେଳେ ସୁନ୍ଦରଗଡରୁ ୨୬୧ ଜଣ ଆକ୍ରନ୍ତ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୮୯ ଜଣ ମୟୂରଭଞ୍ଜରୁ ୮୭ ଜଣ ଓ କଟକରୁ ୬୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ବଲାଙ୍ଗିରରୁ ୩୨, କନ୍ଧମାଳରୁ ୨୮, ନୟାଗଡରୁ ୨୫,ବରଗଡରୁ ୨୩, ଓ କଳାହାଣ୍ଡିରୁ ୧୯ଜଣଙ୍କ ଦେହରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ତେବେ ବାଲେଶ୍ୱର ଯାଜପୁର, ନବରଙ୍ଗପୁର ଏବଂ କୋରାପୁଟରେ ଏହି ସଂଖ୍ୟା ୧୬ ରହିଥିବା ବେଳେ ସୋନପୁରରେ ୧୪ ଓ ଝାରସୁଗୁଡାରେ ଏହି ସଂଖ୍ୟା ୧୩ ରହିଛି । ସେହିପରି ରାୟଗଡାରେ ୧୨, ଜଗତସଂହପୁରରେ ୧୧, ଏବଂ କେନ୍ଦୁଝରରେ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଦେଓଗଡ ଓ ନୂଆପଡାରୁ ଜିଲ୍ଲାରୁ ୯ଜଣ ,ପୁରୀରୁ ୮ଜଣ ଭଦ୍ରକରୁ ୭ଜଣ , ଢେଙ୍କାନାଳ ,କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାରୁ ୫ ଜଣ ଲେଖାଏଁ ବ୍ୟକ୍ତି ସଂକ୍ରମଣ ହୋଇଛନ୍ତି। ସେହିପରି ବୌଦ୍ଧରୁ ୪ଜଣ, ଗଞ୍ଜାମ ଓ ଅନୁଗୁଳରୁ ୩ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରିରୁ ସର୍ବନିମ୍ନ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ତେବେ ଗତ ୨୪ ଘଣ୍ଟାରେ ମୋଟ ୧୨୧୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ବର୍ତ୍ତମାନ ରାଜ୍ୟରେ ୭୦୧୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହି ପରି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତକୁ ମିଶାଇ ତାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୦୯୦୮୫କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ମିଳିଛି ।

 

Get real time updates directly on you device, subscribe now.