fbpx

Video: ସଂସଦରେ ପ୍ରଶ୍ନ ଉଠାଇଲେ ଅନୁଭବ ଯେଉଁଥିରେ ନିଜର ଓ ବାବୁସାନଙ୍କ ବେଦନା ଲୁଚି ରହିଛି

ଭୁବନେଶ୍ୱର: ଅନୁଭବଙ୍କୁ ବାବୁସାନ ଚିନ୍ତା। କଥାଟା ବାବୁସାନଙ୍କ ଆଡକୁ ଯେତିକି ଯାଉଛି ସେତିକି ଅନୁଭବଙ୍କ ଆଡକୁ ମଧ୍ୟ ଯାଉଛି। ଅଭିନେତା ଅନୁଭବ ମହାନ୍ତି ମାନନୀୟ କେନ୍ଦ୍ରାପଡ଼ା ସାଂସଦ କିଛି ସେହିଭଳି କଥା ହିଁ ଉଠାଇଥିଲେ। ଯାହାର ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। କଥାଟା ପାରିବାରିକ କଳହକୁ ନେଇ ତେଣୁ। ଅନୁଭବ ନିଜେ ଓ ବାବୁସାନ ଏବେ ପାରିବାରିକ କଳହକୁ ନେଇ ଉବୁଟୁବୁ ହେଉଛନ୍ତି। ଅନୁଭବ ସଂସଦରେ ଉଠାଇଥିଲେ ଏକ ପ୍ରଶ୍ନ ଯେଉଁଥିରେ ଦେଶରେ ପାରିବାରିକ କଳହର ସମସ୍ୟାର ସମାଧାନ ପାଇଁ କଣ ଆଇନ ସବୁ ଆସୁଛି ସେନେଇ ପ୍ରଶ୍ନ କରିଥିଲେ। ବିଶେଷ କରି ତାଙ୍କର ପ୍ରଶ୍ନ ଥିଲା ସେହି ପ୍ରସଙ୍ଗରେ ଯେଉଁଥିରେ ସେ ପଚାରିଥିଲେ ଯେ ପାରିବାରିକ କଳହ ପାଇଁ ପିଲାମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ପିଲାମାନେ ହିଁ ବାପା ଓ ମା ଉଭୟଙ୍କ ସ୍ନେହରୁ ବଞ୍ଚିତ ହେଉଛନ୍ତି। ଏହା ସହିତ ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ମାମଲା ଗୁଡିକ ଲମ୍ବା ସମୟ ଧରି ଚାଲିବ ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ସଂସଦରେ ଅନୁଭବ ସେହି ସମୟରେ ଏହି କଥା ଉଠାଇଛନ୍ତି ଯେତେବେଳେ ଓଡ଼ିଶାରେ ବାବୁସାନ ପାରିବାରିକ କଳହ ନେଇ ଉବୁଟୁବ ହେଉଛନ୍ତି। ଯେତେବେଳେ ତାଙ୍କ ସନ୍ତାନ ବାପା-ମାଙ୍କ ଝଗଡ଼ା ଭିତରେ ଫସିଯାଇଛି। ଠିକ ସେତିବେଳେ ପାର୍ଲାମେଣ୍ଟରେ ଅନୁଭବ ଉଠାଇଛନ୍ତି ଏହି ପ୍ରଶ୍ନ। ଅନୁଭବଙ୍କ ପ୍ରଶ୍ନରେ ନିଜର ବେଦନା ମଧ୍ୟ ରହିଛି। ପାରିବାରିକ କଳହକୁ ନେଇ ସେ ମଧ୍ୟ ତ୍ରାହି ତ୍ରାହି ଡାକୁଛନ୍ତି । ରାଜନୈତିକ ଓ ତାଙ୍କ ଫିଲ୍ମ କ୍ୟାରିୟରରେ ଏକ ପ୍ରଶ୍ନ ଚିହ୍ନ ଲାଗିଯାଇଛି। କୋର୍ଟ ଚକ୍କରରେ ସେ ପେଶି ହୋଇଯାଇଛନ୍ତି। ସେତିକିବେଳେ ସେ ପାରିବାରିକ କଳହ ନେଇ ସଂସଦରେ ପ୍ରଶ୍ନ କରିଛନ୍ତି। ଆଉ ଏହାକୁ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। କିରଣ ରିଜିଜୁ ତ ଆଶ୍ବାସନା ଦେଇଛନ୍ତି ନିଶ୍ଚୟ ଏ ସଂପର୍କରେ ତାଙ୍କ ସରକାର କିଛି ସକାରାତ୍ମକ ପଦକ୍ଷେପ ନେବେ।

Get real time updates directly on you device, subscribe now.