fbpx

‘Ok Tata bye bye’: ରତନ ଟାଟାଙ୍କୁ ନେଇ କାହିଁକି ଏଭଳି ପୋଷ୍ଟ କଲେ Paytm CEO, ୟୁଜର୍ସ କହିଲେ..

ନୂଆଦିଲ୍ଲୀ: ଆଜି ଶିଳ୍ପ ସମ୍ରାଟଙ୍କୁ ଝୁରୁଛି ପୁରା ଦେଶ । 86 ବର୍ଷ ବୟସରେ ସେ ବୁଧବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଟାଟାଙ୍କ ବିୟୋଗରେ ଭାରତୀୟ ଟେକ୍ ସିଇଓ ତଥା ପ୍ରତିଷ୍ଠାତାମାନେ ସୋସିଆଲ ମିଡିଆରେ ନିଜର ସମବେଦନା ଜଣାଇବା ସହ 86 ବର୍ଷ ବୟସରେ ଦେହାନ୍ତ କରିଥିବା କିମ୍ବଦନ୍ତୀ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତୀୟ ଶିଳ୍ପରେ ଅତୁଳନୀୟ ଅବଦାନ ପାଇଁ ଜଣାଶୁଣା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ । ଟେକ୍ ଲ୍ୟାଣ୍ଡସ୍କେପର ବିଶିଷ୍ଟ ବ୍ୟକ୍ତି, ଓଲା ସିଇଓ ଭବୀ ଅଗ୍ରୱାଲ, ପିପୁଲ୍ସ ଗ୍ରୁପ୍ ସିଇଓ ଅନୁପମ ମିତ୍ତଲ, ଜିଆଓମିର ପୂର୍ବତନ ସିଇଓ ମନୁ କୁମାର ଜୈନ, ପେଟିଏମର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ଏବଂ ଭାରତର ପୂର୍ବତନ ସିଇଓ ଅଶ୍ୱିନୀ ଗ୍ରୋଭରଙ୍କ ସହ ଟାଟା ପ୍ରତି ସମ୍ମାନ ଓ ପ୍ରଶଂସାର ବାର୍ତ୍ତା ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଅନେକ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ବିଜୟ ଶେଖର ଶର୍ମାଙ୍କ ପୋଷ୍ଟକୁ ନେଇ ବିବାଦ ଦେଖାଯାଇଛି । ଏକ ନିର୍ଦ୍ଦିଷ୍ଟ ମନ୍ତବ୍ୟ ପାଇଁ ପେଟିଏମ୍ ସିଇଓ ବ୍ୟାକଲାସର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ତାଙ୍କ ପୋଷ୍ଟ ଡିଲିଟ୍ କରିବାକୁ କୁହାଯାଇଥିଲା । ଶର୍ମାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ବିଜୟ ଶେଖର ଶର୍ମା ଏକ୍ସରେ ପୋଷ୍ଟ କରି କହିଥିଲେ, ଜଣେ କିମ୍ବଦନ୍ତୀ ଯିଏ ପ୍ରତ୍ୟେକ ପିଢି ପାଇଁ ପ୍ରେରଣା ହୋଇ ରହିବେ । ପରବର୍ତ୍ତୀ ପିଢିର ଉଦ୍ୟୋଗୀମାନେ ଭାରତର ସବୁଠାରୁ ନମ୍ର ବ୍ୟବସାୟୀଙ୍କ ସହ ଯୋଗାଯୋଗରୁ ବଞ୍ଚିତ ହେବେ।।  ସାଲ୍ୟୁଟ ସାର୍, ଓକେ ଟାଟା ବାଏ ବାଏ । ତେବେ ତାଙ୍କର ଶେଷ ଧାଡି ଓକେ ଟାଟା ବାଏ ବାଏକୁ ନେଇ ବହୁ ସମାଲୋଚନାର ଶିକାର ହୋଇଥିଲା । ୟୁଜର୍ସଙ୍କ ଉପରେ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା କହିବା କେତେ ଦୂର ଠିକ ବୋଲି ୟୁଜର୍ସମାନେ ପ୍ରଶ୍ନ କରିଛନ୍ତି । ଏହାପରେ ସେ ସୋସିଆଲ ମିଡିଆ ପୋଷ୍ଟ ଡିଲିଟ କରିଦେଇଛନ୍ତି ।

Get real time updates directly on you device, subscribe now.