fbpx

ଗୁଗୁଲ Mapsକୁ ବାଏ ବାଏ କଲା Ola, ଏଣିକି ସଞ୍ଚୟ ହେବ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ବଡ଼ କମ୍ପାନୀ ଓଲା ବଡ଼ ନିଷ୍ପତ୍ତି ନେଇ ଗୁଗୁଲ ମ୍ୟାପ୍ସର ସେବାଗୁଡିକୁ ବାଏ ବାଏ କରିଦେଇଛି । ଓଲା ଗ୍ରୁପର ଚେୟାରମ୍ୟାନ ଭାବିଶ ଅଗ୍ରୱାଲ କହିଛନ୍ତି ଯେ, ଏହି ପଦକ୍ଷେପରେ କମ୍ପାନୀକୁ ବାର୍ଷିକ ୧୦୦ କୋଟି ଟଙ୍କା ସଞ୍ଚୟ କରିପାରିବ । ବର୍ତ୍ତମାନ କମ୍ପାନୀ ଗୁଗୁଲ ମ୍ୟାପ୍ସ କାରଣରୁ କମ୍ପାନୀ ଦ୍ୱାରା ବିକଶିତ ଓଲା ମ୍ୟାପ୍ସର ବ୍ୟବହାର କରିବ । ଗତ ମାସରେ ଓଲା ଅଜୁରକୁ ମଧ୍ୟ ବାଏ ବାଏ କରିଦେଇଥିଲା ।

ଭାବିଶ ଅଗ୍ରୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ‘ଆମେ ଅନେକ ପରିଶ୍ରମ ପରେ ଓଲା ମ୍ୟାପ୍ସକୁ ପୁରାପୁରି ବିକଶିତ କରିସାରିଛୁ । ଏହି ସଂପୂର୍ଣ୍ଣ ଭାବେ ଦେଶରେ ବିକଶିତ ସର୍ଭିସ ଅଟେ । ଏଥିସହ ଆମେ ଗୁଗୁଲ ମ୍ୟାପ୍ସର ସେବାର ବ୍ୟବହାର ବନ୍ଦ କରୁଛୁ । ଆମେ ପ୍ରତି ବର୍ଷ ଗୁଗୁଲ ମ୍ୟାମ୍ସକୁ ହାରାହାରି ୧୦୦ କୋଟି ଟଙ୍କା ପେମେଣ୍ଟ କରୁଥିଲୁ । ବର୍ତ୍ତମାନ ଏହି ଖର୍ଚ୍ଚ ଜାରି ହୋଇସାରିଛି । ଆମ ଡ୍ରାଇଭର ବର୍ତ୍ତମାନ ଗୁଗୁଲ ମ୍ୟାପ୍ସ ପରିବର୍ତ୍ତେ ଓଲା ମ୍ୟାପ୍ସର ବ୍ୟବହାର କରିବ ।’

Get real time updates directly on you device, subscribe now.