fbpx

ମାତ୍ର ୪୯୯ ଟଙ୍କା ଦେଇ ବୁକିଂ କରନ୍ତୁ OLAର ନୂଆ Electric Scooter: ଅଗଷ୍ଟ ୧୫ରୁ ୩୧ ମଧ୍ୟରେ ସରିବ ଅଫର

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ ପକ୍ଷରୁ ନୂଆ ସ୍କୁଟର ଲଞ୍ଚ କରାଯାଇଛି । କମ୍ପାନୀ ଏହି ନୂଆ ସ୍କୁଟରର ନାମ ରଖିଛି ଓଲା ଏସ୧ । ଓଲା ଏସ୧ କମ୍ପାନୀର ଏସ୧ ଇଲେକ୍ଟ୍ରିକ ସ୍କୁଟର ରେଞ୍ଜର ବେସ ଭାରିଆଣ୍ଟ ଅଟେ । କମ୍ପାନୀ ଆଜି ଏହାର ବୁକିଂ ଓପନ କରିଛି । ଓଲା ଇଲେକ୍ଟ୍ରିକର ସିଇଓ ଭାବିଶ ଅଗ୍ରୱାଲ ସ୍ୱାଧୀନତା ଦିବସ ଅବସରରେ ନିଜର ନୂଆ ସ୍କୁଟରର ଲଞ୍ଚ କରିଛନ୍ତି ।

ଓଲା ଏସ୧ ସ୍କୁଟରରେ ୩ କେଡବ୍ଲ୍ୟୁଏଚ ବ୍ୟାଟେରି ମିଳିବ । ଚାର୍ଜ ଫୁଲ ହେବା ପାଇଁ ୫ ଘଣ୍ଟା ସମୟ ଲାଗିବ । ଫୁଲ ଚାର୍ଜ ହେବା ପରେ ଇକୋ ମୋଡ଼ରେ ୧୩୨ କିମି ଯାତ୍ରା କରିପାରିବ । ଇକୋ ମୋଡ଼ ବ୍ୟତୀତ ଏସ୧ରେ ନର୍ମାଲ ଓ ସ୍ପୋର୍ଟ୍ସ ମୋଡ଼ ମଧ୍ୟ ରହିଛି । ଏହି ମୋଡ଼ରେ ସ୍କୁଟରର ରେଞ୍ଜ ୧୦୧ କିମି ରହିବ ବୋଲି କମ୍ପାନୀ ଦୃଢ଼ତାର ସହ କହିଛି । ସେହିପରି ନର୍ମାଲ ମୋଡ଼ରେ ସ୍କୁଟରର ରେଞ୍ଜ ୧୦୧ କିମି ରହିବ । ସ୍କୁଟରର ଟପ୍ ସ୍ପିଡ ଘଣ୍ଟା ପ୍ରତି ୯୫ କିମି ରହିବ ।

ଓଲା ଏସ୧ର ପ୍ରାରମ୍ଭିକ ମୂଲ୍ୟ ୯୯,୯୯୯ ଟଙ୍କା ରହିବ । ଏହା ଓଲାର ଦ୍ୱିତୀୟ ଇଲେକ୍ଟ୍ରିକ ପ୍ରଡକ୍ଟ ଅଟେ । ଓଲା ଏସ୧ ସ୍କୁଟରର ବୁକିଂ ଆରମ୍ଭ ହୋଇଯାଇଛି । ମାତ୍ର ୪୯୯ ଟଙ୍କା ଦେଇ ଆପଣ ଖାସ୍ ଇଟ୍ରୋଡକ୍ଟରୀ ପ୍ରାଇସରେ ବୁକିଂ କରିପାରିବେ । ଏହି ଅଫର ଅଗଷ୍ଟ ୧୫ରୁ ୩୧ ପର୍ଯ୍ୟନ୍ତ ସୀମିତ ରହିଛି । ଏହି ସ୍କୁଟର ରେଡ, ଜେଟ ବ୍ଲକ, ପୋର୍ସିଲେନ ହ୍ୱାଇଟ, ନିୟୋ ମିଣ୍ଟ ଓ ଲିକ୍ୱିଡ ସିଲଭର ପରି ୫ଟି କଲରରେ ଆସିବ ।

Get real time updates directly on you device, subscribe now.