fbpx

ଗୀତରେ ମଜ୍ଜି ରହିଲେ ଏହି ଦୁଇ ବତକ, ଶୁଣୁଛନ୍ତି ଏକଦମ ମଣିଷ ପରି, ଦେଖନ୍ତୁ ଭାଇରାଲ ଭିଡିଓ…

ସଂଗୀତର କୌଣସି ପ୍ରତିବନ୍ଧକ ନଥାଏ । ଭାଷା, ସଂସ୍କୃତି ଭୌଗୋଳିକ ପ୍ରତିବନ୍ଧକଙ୍କୁ ମାନିନଥାଏ । ସଙ୍ଗୀତ ସମସ୍ତଙ୍କୁ ଏକ ସ୍ୱରରେ ବାନ୍ଧିରଖେ । ଏହାର ଏକ ଏଭଳି ଉଦାହରଣ ଦେଖିବାକୁ ମିଳିଛି । କେବଳ ଯେ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସଙ୍ଗୀତରେ ହୋଇପଡ଼ନ୍ତି ବିଭୋର ।

ବର୍ତ୍ତମାନ ସୋସିଆଲ ସଙ୍ଗୀତକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ମଣିଷ ନୁହେଁ ବରଂ ଦୁଇଟି ବଡ଼ ବତକ ସଙ୍ଗୀତରେ ମଜ୍ଜି ଯାଇଛନ୍ତି ଆଉ ଖୁବ୍ ଧ୍ୟାନର ସହକାରେ ଏହାକୁ ଶୁଣଛନ୍ତି ଏବଂ ଏହାର ମଜା ନେଉଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ ଜଣେ ବୃଦ୍ଧ ଏକ ପାର୍କରେ ହାର୍ମୋନିକା ବଜାଉଛନ୍ତି । ଆଉ ତାଙ୍କ ପାଖରେ ଦୁଇଟି ବତକ ଛିଡ଼ା ହୋଇ ସେହି ଗୀତକୁ ଉପଭୋଗ କରୁଛନ୍ତି । ମଝିରେ ମଝିରେ ସେମାନେ ମଧ୍ୟ ନିଜ ସ୍ୱରରେ କିଛି କିଛି ଗାଉଛନ୍ତି । ଆଉ ଏହି ଭିଡିଓକୁ ଏବେ ଖୁବ୍ ପସନ୍ଦ କରୁଛନ୍ତି ୟୁଜର୍ସ, ଅନେକ ଭିଡିଓକୁ ନେଇ ସେମାନଙ୍କର କମେଣ୍ଟ ମଧ୍ୟ ଦେଉଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.