fbpx

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଯୁବତୀଙ୍କ ଭିଡିଓ, ୟୁଜର୍ସ କହିଲେ ଦ୍ୱିତୀୟ ଆଲିଆ

ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବତୀ ଏକଦମ ଆଲିଆ ଭଟ୍ଟଙ୍କ ପରି ଲୁକ୍ କରିଛନ୍ତି । ଯାହାକୁ ପସନ୍ଦ କରୁଛନ୍ତି ୟୁଜର୍ସ ଏବଂ ଆଲିଆ ଭଟ୍ଟଙ୍କ ଡୁପ୍ଲିକେଟ ବୋଲି ମଧ୍ୟ କହୁଛନ୍ତି ।

ତେବେ ଆପଣ ଦେଖୁଥିବା ଭିଡିଓଟି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ନୁହେଁ, ଭିଡିଓଟି ଆଲିଆଙ୍କ ପରି ଦେଖାଯାଉଥିବା ଜଣେ ଯୁବତୀଙ୍କର । ଯାହାକୁ ଦେଖି ୟୁଜର୍ସଙ୍କ ହୋସ ଉଡିଯାଇଛି । ଏବେ ଏହି ଭିଡିଓ ଇଣ୍ଟରନେଟରେ ଧୁମ୍ ମଚାଇଛି । ଯୁବତୀ ଜଣକ ବଲିଉଡର ଏକ ଲୋକପ୍ରିୟ ଗୀତରେ ଲିପସିଙ୍କ କରୁଛନ୍ତି, ଏବଂ ସେ ଆଲିଆଙ୍କ ଗାଙ୍ଗୁବାଈ କାଠିଆୱାଡ଼ି ଲୁକ୍ ମଧ୍ୟ ରଖିଛନ୍ତି ।

ତାଙ୍କର ଅଭିନୟ, ହାବ ଭାବରୁ ପ୍ରଥମେ ଏହି ଭିଡିଓ ଦେଖିଲେ ସେ ଆଲିଆ ନୁହନ୍ତି ବୋଲି ଚିହ୍ନିପାରିବେନି । ଯକେହିବି ଏହାକୁ ଦେଖି ହଠାତ ଅସଲ ଓ ନକଲ ବାରିପାରିବନାହିଁ । ଭିଡିଓଟି ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ବେଳେ ଏହାକୁ ୫.୪ମିଲିୟନରୁ ଅଧିକ ଲୋକେ ଦେଖିସାରିଲେଣି । ୟୁଜର୍ସ ତାଙ୍କୁ ଆଲିଆଙ୍କ ଡୁପ୍ଲିକେଟ ବୋଲି କମେଣ୍ଟ ମଧ୍ୟ କରିଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.